ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଜଣେ ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୩୨୯/୨୪ କ୍ରମେ ଦଫା ୩୭୬ (୨), ୬ ପୋସ୍କୋ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗୀର କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତ କବିରଥ ଦଣ୍ଡସେନା (୪୦) ସଇଁତଲା ଗାଁର ବୋଲି ଜଣାପଡିଛି। ପ୍ରକାଶ ଯେ, ଗତ ବୁଧବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ଜଣେ ନାବାଳିକାକୁ ଘରକୁ ଡାକି ରାତି ସାରା ରଖିବା ପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ନ ମିଳିବାରୁ ପରିବାର ଲୋକେ ପୋଲିସର ଆଶ୍ରୟ ନେଇଥିଲେ। 

ପୋଲିସ ଖବର ପାଇଁ ଏକ ଭଡା ଘରେ ରହୁଥିବା କବିରଥଙ୍କ ଘରକୁ ଚଢ଼ାଉ କରିଥିଲେ। ଏଥିରେ ପୋଲିସ ଯୁବକ ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।‌ ଉକ୍ତ ଘଟଣାକୁ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଗୁଇଣ୍ଡି ଖାଁ ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.