ବଢ଼ି ପାଣି ଧୋଇନେଲା ସାନ୍ଦୁଲ ବାଇପାସ୍ ରାସ୍ତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଶାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଛତିକୁଡା ଛକ ଠାରୁ ସେରଗଡ ଯାଏଁ ଚାଲିଛି ରାସ୍ତା ପ୍ରଶସ୍ତିକରଣ। ଏବଂ ଛତିକୁଡା ଛକରୁ ଘଣ୍ଟମାଳ ଯାଏଁ ଆଗେଇଛି ରାସ୍ତା କାମ। ଉକ୍ତ ରାସ୍ତାରେ ରହିଥିବା ପୋଲ ଓ ବ୍ରିଜ ଗୁଡ଼ିକ କାହିଁ ମାନ୍ଧାତା ଅମଳର। ଏଣୁ କେତେକ ବ୍ରିଜ ଭାଙ୍ଗି ନୂଆ ବ୍ରିଜ ତିଆରି ହେବ। ଏହି କ୍ରମରେ ସାନ୍ଦୁଲ ବ୍ରିଜ ଭାଙ୍ଗି ନୂଆ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରୀୟା ମଧ୍ଯ ସରିଯାଇଛି। ଆଉ ପୂର୍ବ ପ୍ରସ୍ତୁତି ସ୍ୱରୂପ ବ୍ରିଜ କାମ ପାଇଁ ଟେଣ୍ଡର ପାଇଥିବା ଠିକାଦାର ଏଥିପାଇଁ ନଦୀ ଭିତର ଦେଇ ବାଏପାସ ରାସ୍ତା ନିର୍ମାଣ କରିଥିଲେ।

Omkar Vasthu
Omkar Vasthu

ହେଲେ ଗତ ସପ୍ତାହର ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଇପାସ୍ ରାସ୍ତାକୁ ଧୋଇ ନେଇଛି। ଅବଶ୍ୟ ସାନ୍ଦୁଲ ବ୍ରିଜ ଏଯାଏଁ ଭଙ୍ଗା ହୋଇ ନଥିବାରୁ ଜନ ସଧାରଣ ତଥା ଲୋକଙ୍କ ଗମନା ଗମନରେ କୌଣସି ବାଧା ଉପୁଜୁ ନାହିଁ। ହେଲେ ବର୍ଷା ଦିନରେ ନଦୀ ମଝିରେ ବାଇପାସ୍ ରାସ୍ତା ନିର୍ମାଣକୁ ଠିକାଦାରଙ୍କ ଅଜ୍ଞତା ବୋଲି ସାଧାରଣରେ ଆଲୋଚନା ହେଉଛି। ଭାଗ୍ୟ ଭଲ ଯୋଗକୁ ସାନ୍ଦୁଲ୍ ବ୍ରିଜ ଭଙ୍ଗା ହୋଇନଥିଲା। ନହେଲେ ପରିସ୍ଥିତି କଣ ଯେ ହୋଇଥାନ୍ତା ତାହା କହିବା ମୁସ୍କିଲ ହୋଇପଡ଼ିଥନ୍ତା ବୋଲି ସାଧାରଣରେ ଆଲୋଚନା ଶୁଣିବାକୁ ମିଳୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.