ଯୁବ ଶୁଟର ସ୍ୱପ୍ନିଳ କୁସାଲେ ଜିତିଲେ ବ୍ରୋଞ୍ଜ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ଭାରତର ଯୁବ ଶୁଟର ସ୍ୱପ୍ନିଳ କୁସାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ସଫଳତର ହାସଲ କରିଛନ୍ତି । ସେ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗୋୖରବ ନେଇ ଆସିଛନ୍ତି। ୨୦୧୪ରେ ସେ କୁଏଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପରେ ୫୦ ମିଟର ରାଇଫଲ ପ୍ରୋନ ୩ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ବ୍ୟତୀତ ତୁଗଲକବାଦରେ ଅନୁଷ୍ଠିତ ୫୯ତମ ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଗଗନ ନାରଙ୍ଗ ଓ ଚୈନ ସିଂଙ୍କ ପରି ପ୍ରତିଷ୍ଠିତ ଶୁଟରଙ୍କୁ ପଛରେ ପକାଇଥିଲେ । ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ତୃତୀୟ ପଦକ ହାସଲ କରିଛି । ୩ଟି ଯାକ ପଦକ ଶୁଟିଂରୁ ଆସିଛି । ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ଭାରତ ପାଇଁ ପଦକ ଜିତିଥିଲେ । 

ଶୁଟିଂରେ ଭାରତର ଏହା ୭ମ ଅଲିମ୍ପିକ ପଦକ । ଏହା ପୂର୍ବରୁ ୨୦୦୪ ଏଥେନ୍ସ ଗେମ୍ସରେ ରାଜ୍ୟବର୍ଦ୍ଧନ ସିଂ ରାଠୋର(ରୌପ୍ୟ), ବେଜିଂ ୨୦୦୮ରେ ଅଭିନବ ବିନ୍ଦ୍ରା (ସ୍ୱର୍ଣ୍ଣ), ଲଣ୍ଡନ ଗେମ୍ସରେ ବିଜୟ କୁମାର (ରୌପ୍ୟ), ଲଣ୍ଡନ ଗେମ୍ସରେ ଗଗନ ନାରଙ୍ଗ (ବ୍ରୋଞ୍ଜ) ଏବଂ ଚଳିତ ପ୍ୟାରିସ ଗେମ୍ସରେ ମନୁ ଭାକର(ବ୍ରୋଞ୍ଜ), ମନୁ ଏବଂ ସରବଜିତ (ବ୍ରୋଞ୍ଜ) ଓ ସ୍ୱପ୍ନିଳ କୁଶାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲ ମୁକାବିଲାରେ ସ୍ୱପ୍ନିଳ ପ୍ରଥମ ସିରିଜରେ ୫୦.୮ ଏବଂ ଏହା ପରେ ୫୧.୯, ୫୧.୬, ୫୨.୭, ୫୨.୨, ୫୧.୯, ୫୧.୧, ୫୦.୪ ଏବଂ ଅନ୍ୟ ୪ଟି ଶଟରେ ୧୦.୫, ୯.୪, ୯.୯ ଓ ୧୦ ପଂଏଟ ହାସଲ କରିଥିଲେ । ଚୀନର ୟାକୁନ ଲିଉ ସ୍ୱର୍ଣ୍ଣ ଏବଂ ୟୁକ୍ରେନର ଶେରହିୟେ କୁଲିଶ ରୌପ୍ୟ ପଦକ ହାସଲ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.