ଆଜି ସମ୍ବଲପୁରୀ ଦିନ୍: ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର (ନିଲେଶ କୁମାର ନାଗ): ଆଜି ସମ୍ବଲପୁରୀ ଦିବସ। ସମ୍ବଲପୁରୀ ଭାଷା ସାହିତ୍ୟର ଉଦଗାତା ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ‘ସମ୍ବଲପୁରୀ ଦିନ୍’ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ୨୦୧୩ରୁ ଅଗଷ୍ଟ ୧ରେ ଏହି ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଏହି ଅବସରରେ ସାରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ।

Omkar Vasthu
Omkar Vasthu

ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହିଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରିବା ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ। ଦେଶ ବିଦେଶରେ ଏହା ପରିଚିତ।ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲା ହୋଇଥାନ୍ତି ଲୋକେ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି। ସମ୍ବଲପୁରୀ ସଙ୍ଗୀତରେ ଢୋଲ, ମାଦଳ, ନିସାନ୍, ତାସା, ପାଖୋଜ, ବଂଶୀ, ବୀର କାହାଳି, ଗିନି, ଏକତାରା, ମହୁରୀ, ଘୁଡଘୁଡି, ଘୁମୁରା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ। କେବଳ ଏତିକି ନୁହେଁ ସମ୍ବଲପୁରୀ ଭାଷା ମଧ୍ୟ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଲ ଷଷ୍ଠୀ, ନୂଆଁଖାଇ, ଭାଇଜିଉଁତିଆ, ପୁଅଜିଉଁତିଆ ଆଦି ପର୍ବ ସମ୍ବଲପୁରର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ। ଏହାଛଡ଼ା ସମ୍ବଲପୁରୀ କପଡା, ଶାଢ଼ିର ବି ସାରାଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.