ସାହିତ୍ୟ ଏକାଡେମୀ ତରଫରୁ ନିସିମ ଇଜିକେଲ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର

ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି ନିସୀମ ଇଜେକିଲ :ମାଲାଶ୍ରୀ ଲାଲ

ଓଡି଼ଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ଭାରତୀୟ ଇଂରାଜୀ କବି ନିସୀମ ଇଜେକେଲଙ୍କ ଉପରେ ଦୁଇ ଦିନିଆ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଆଜି ଉଦ୍ଘାଟିତ ହୋଇଛି। ଆଲୋଚନାଚକ୍ରେଲର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଏକାଡେମୀର ଇଂରାଜୀ ଉପଦେଷ୍ଟା ମଣ୍ଡଳୀର ଆବାହକ ମାଲାଶ୍ରୀ ଲାଲ। ଉଦ୍ଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ଏମଏମଆଇଏଏସର ସହ-ନିର୍ଦ୍ଦେଶକ ନିଲୋଫର ଭାରୁଚା। ସାହିତ୍ୟ ଏକାଡେମୀର ସଚିବ କେ ଶ୍ରୀନିବାସାରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏବଂ ବିଶିଷ୍ଟ ଚିତ୍ରକର ପଦ୍ମ ଭୂଷଣ ଯତୀନ ଦାସ ମୁମ୍ବାଇରେ ଇଜେକିଲଙ୍କ ସହ ବିତାଇଥିବା ସମୟର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟରେ ମାଲାଶ୍ରୀ ଲାଲ କହିଥିଲେ ଯେ ନିସୀମ ଇଜେକିଲ ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି। ଇଂରାଜୀ-ଭାରତୀୟ କବିତା ଉପରେ ତାଙ୍କ କବିତାର ଗଭୀର ପ୍ରଭାବ ପଡିଥିଲା ସେ କହିଥିଲେ ଯେ ଏହିପରି ଲେଖକମାନେ ଥରେ ମାତ୍ର ଥରେ ଜନ୍ମ ହୁଅନ୍ତି।

ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବାବେଳେ ନିଲୋଫର ଭାରୁଚା ନିସୀମ ଇଜେକିଲଙ୍କ ଶିକ୍ଷାଦାନର ଆକର୍ଷଣୀୟ ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଇଜେକିଲ ମଧ୍ୟ ସଂଖ୍ୟାଲଘୁମାନଙ୍କ ବିଷୟରେ ଗଭୀର ଭାବପ୍ରବଣ ଭାବରେ ଲେଖିଛନ୍ତି। ସେ ଲେଖିଥିବା ଗୀତଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ୧୯୫୯ ମସିହାରେ ଇଜେକିଲଙ୍କ ସହ ବମ୍ବେ ରହଣି ବେଳର ଅନୁଭୂତି ସ୍ମରଣ କରି ଯତୀନ ଦାସ କହିଥିଲେ ଯେ ଇଜେକିଲ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ସେମାନେ ସମସ୍ତେ ଏକାଠି ବହୁତ ଭଲ ସମୟ ଅତିବାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେହି ସମୟରେ ଧନ କିମ୍ବା ଧର୍ମ ସମ୍ପର୍କ କୁ ବାଧା ଦେଉ ନ ଥିଲା ସ୍ୱାଗତ ଭାଷଣରେ କେ ଶ୍ରୀନିବାସରାଓ କହିଥିଲେ ଯେ ନିସୀମ ଇଜେକିଲ ଭାରତୀୟ କବିତାରେ ଏକ ମହାନ ନାମ ଏବଂ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ସ୍ମରଣୀୟ ହୋଇ ରହିବ। ଉଦ୍ଘାଟନୀ ଅଧିବେଶନ ପରେ ଯଥାକ୍ରମେ ଅନିସୁର ରହମାନ ଏବଂ ନିଲୋଫର ଭାରୁଚାଙ୍କ ଅଧ୍ୟକ୍ଷତାରେ ‘ନିସିମ ଇଜେକେଲ ଏବଂ ଭାରତୀୟ-ଇଂରାଜୀ କବିତା’ ଏବଂ ‘ଶ୍ରଦ୍ଧାଞ୍ଜଳି ଏବଂ କବିତା ପଠନ’ ଶୀର୍ଷକ ଅନ୍ୟ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ସୁଦୀପ ସେନ୍, ମଞ୍ଜୁ ଜୟଦକା, ବିନିତା ଅଗ୍ରୱାଲ, ରାଧା ଚକ୍ରବର୍ତ୍ତୀ ଏବଂ ଅଞ୍ଜନା ନାଇରା ଦେବଙ୍କୁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏକାଡେମୀର ଉପସଚିବ କୃଷ୍ଣା କିମ୍ବାହୁନେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.