ଏନଆରବିସି ଶିକ୍ଷକ ସଂଘର ଜରୁରୀ ବୈଠକ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ରାମକୃଷ୍ଣ ମନ୍ଦିର ଠାରେ ଏନଆରବିସି ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ସତ୍ୟବାନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସୁବାସ ପଞ୍ଜିଆ ଏନଆରବିସି ଶିକ୍ଷକଙ୍କ ପୁନଃ ନିଯୁକ୍ତି ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବା ପାଇଁ ଆଲୋଚନା କରି ପ୍ରେରଣା ଦେଇଥିଲେ।ବୈଠକରେ ୨୦୦୭-୦୮ ଶିକ୍ଷା ବର୍ଷର ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଏନଆରବିସି /ଆରବିସି ଶିକ୍ଷକ ମାନଙ୍କର ଛଟେଇ ହୋଇ ରହିଥିବା ଯୋଗୁଁ ଶିକ୍ଷକ ଭାବେ ପୁନଃ ନିଯୁକ୍ତି ପାଇଁ ଆଲୋଚନା କରାଯାଇଥିଲା।

Omkar Vasthu
Omkar Vasthu

ଓପିଇପିଏ ଚିଠି ନଂ ୯୫୪୫/ଇଜିଏସ ତାରିଖ ୨୭/୧୨/୨୦୦୬ ଏହି ଚିଠି ନଂ ଅନୁସାରେ ନିଯୁକ୍ତି ପ୍ରଦାନ କରି ୨୦୦୭ ମସିହା ଡିସେମ୍ବର ଯାଏଁ ନିଯୁକ୍ତି କରାଇ ଛଟେଇ କରିଥିଲେ। ତେବେ ସମସ୍ତ ଏନଆରବିସି/ଆରବିସିରୁ ଛଟେଇ ହୋଇ ରହିଥିବା ଶିକ୍ଷକ ମାନେ ପୁନଃ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଁ ଉକ୍ତ ବିଷୟ ପ୍ରତି ଗଣଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂଘ ତରଫରୁ ନିଷ୍ପତି ନିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.