ରନ୍ଧନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ; ମହିଳା ଗୁରୁତର 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ଼ ଥାନା ଦିଗସିରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ରୋଷେଇ କରୁଥିବା ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଣେ ମହିଳା ପୋଡ଼ି ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ଲକ୍ଷ୍ମୀ ମାଝୀ (୩୨) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଏହି ଗାଁର ଲଳିତ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ସକାଳ ସମୟରେ ରୋଷେଇ କରୁଥିଲେ। ତେବେ ସିଲିଣ୍ଡରର ଉପରି ଭାଗରେ ଲାଗିଥିବା ପିତ୍ତଳ ଖୋଲି ଯିବାରୁ ନିଆଁ ଜଳି ବିସ୍ଫୋରଣ ଘଟିଛି ବୋଲି ଆଲୋଚନା ହେଉଛି। ଏପରିକି ମାଟି ଛପର ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ଜଳି ପୋଡି ନଷ୍ଟ ହୋଇଯାଇଛି।

Omkar Vasthu
Omkar Vasthu

ପ୍ରଥମେ ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାପରେ ମଧ୍ୟ ଅବସ୍ଥା ସଂଙ୍କଟାପୂର୍ଣ୍ଣ ହେବାରୁ ବୁର୍ଲା ଓ ପରେ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.