ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସୋନପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ପ୍ରତିମା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମକୁ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

ବିଦ୍ୟାଳୟର ସଭାପତି ଡ. ପୌଲସ୍ତି ସାହୁ ଯୁଗ୍ମ ସଂପାଦକ ଘନଶ୍ୟାମ ମିଶ୍ର ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଚାର୍ଯ୍ୟ ଶ୍ରୀମତୀ ସୌଦାମିନୀ ହୋତାଙ୍କ ସଂଯୋଜନାରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ସହଯୋଗ ପ୍ରଦାନ କରିଥିଲେ। ଶିଶୁ ବାଟିକା ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସର୍ବ ମୋଟ ୧୯୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥଲା।

Pearl dental clinic
Near Ashish Medical Store, Bhawanipatna

ପ୍ରକଳ୍ପ ପ୍ରଦର୍ଶନ ତଥା ପୂର୍ବ ଆୟୋଜିତ ବିଜ୍ଞାନ ଗଣିତ ଓ ସଂସ୍କୃତି ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଗଣ ଯଥା ସର୍ବଶ୍ରୀ ଚକା ନୟନ ମେହେର, ସର୍ବେଶ୍ଵର ମିଶ୍ର, ଶ୍ୟାମ ସୁନ୍ଦର ପାତ୍ର, ତ୍ରିବିକ୍ରମ ପାତ୍ର, ବିଶ୍ବମ୍ବର ମାନହିରା, ଅଜିତ କୁମାର ମିଶ୍ର, ଘନଶ୍ୟାମ ମିଶ୍ର, ପ୍ରତାପ ଚନ୍ଦ୍ର ଦାସ, ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଭଉଣୀମାନଙ୍କ ଦ୍ଵାରା ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ବେଳେ ଘନଶ୍ୟାମ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.