ରୁପ୍ରାରୋଡ ହାଇସ୍କୁଲରେ +୨ ଶ୍ରେଣୀ ଖୋଲିବା ପାଇଁ ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଉଦ୍ୟମ ପ୍ରଶଂସନୀୟ 

ପ୍ରବେଶ ଉତ୍ସବ ପରେ ଆରମ୍ଭ ହେଲା ଶିକ୍ଷାଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ହାଇସ୍କୁଲରେ +୨ କଳା ଶ୍ରେଣୀ ଖୋଲିବା ସହ ୧୨୦ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ୨୦୨୪-୨୫ ଶିକ୍ଷାବର୍ଷର +୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ପ୍ରବେଶ ଉତ୍ସବ ଇତି ମଧ୍ୟରେ ସମାପନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ରୁପ୍ରାରୋଡ ଖେତାନ ପରିବାରର ଦାୟାଦ ଧୀରେନ୍ଦ୍ର ଖେତାନ, ବଣ୍ଟି ଖେତାନ, ବିଶିଷ୍ଟ ସମାଜସେବୀ ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁମିତ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଦେବରାଜ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ସମେତ ବହୁ ଅଧିକାରୀ, +୨ର ନବନିଯୁକ୍ତ ଅଧ୍ୟାପକ ଅଧ୍ୟାପିକା, ରୁପ୍ରାରୋଡ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ଗଡ଼ତିଆଙ୍କ ନେତୃତ୍ୱରେ ସଫଳତାର ସହ ସମାପନ ହୋଇଥିଲା ପ୍ରବେଶ ଉତ୍ସବ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୭୩ ମସିହାରେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଖୋଲାଯାଇଥିଲା ଏହି ସୁନାମଧନ୍ୟ ହାଇସ୍କୁଲ। ଏଠାରେ ଯୁକ୍ତ ଦୁଇ ଖୋଲିବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଥିଲା। ଶ୍ରେଣୀ ଗୃହଠୁ ଆରମ୍ଭ କରି ଖେଳ ପଡିଆ, ରାସ୍ତା ଘାଟ ଓ ଗମନା ଗମନର ମଧ୍ୟ ବିଶେଷ ସୁବିଧା ରହିଛି। ଏପଟେ ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀଙ୍କ ଶିକ୍ଷା କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଲକ୍ଷ୍ୟ କରି ବିଶିଷ୍ଟ ସମାଜସେବୀ ତଥା ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଡ଼. ସାଧୁରାମ ଅଗ୍ରୱାଲ ଏହି ହାଇସ୍କୁଲ ପରିସରରେ ସରକାର ଯୁକ୍ତ ଦୁଇ ଖୋଲନ୍ତୁ ବୋଲି ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ। ସ୍ବର୍ଗତ ଡ଼. ଅଗ୍ରୱାଲ ରୁପ୍ରାରୋଡ, ଭୀମକେଲା, ନିଶାଣପୁର, ଉଲିକୁପା ଓ ରାକ୍ସୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଅଭିଭାବକ ମାନଙ୍କ ଦାବୀକୁ ସମ୍ମାନ ଜଣାଇ ଗତ ତା.୫/୧୧/୨୦୧୯ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ, ଶିକ୍ଷା ସଚୀବ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖଙ୍କୁ ପତ୍ର ମାଧ୍ୟମରେ ରୁପ୍ରାରୋଡ ହାଇସ୍କୁଲ ପରିସରରେ ସରକାରଙ୍କ ତରଫରୁ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିଥିଲେ। କେବଳ ଥରୁଟିଏ ବୋଲି ନୁହଁ ଏନେଇ ସେ ପୂର୍ବରୁ ଅନେକ ଥର ସରକାର ଓ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ। ଏହାପରେ ୨୭/୨/୨୦୨୨ ରେ ସରକାରଙ୍କ ତରଫରୁ ରୁପ୍ରାରୋଡ଼ ହାଇସ୍କୁଲ +୨ ବିଜ୍ଞାନ  ତାଲିକାଭୁକ୍ତ ହୋଇଥିଲା କିନ୍ତୁ କୈାଣସି କାରଣବସତଃ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ବର୍ତ୍ତମାନ ଏଠାରେ+୨ କଳା ଶ୍ରେଣୀ ଖୋଲିବା ସହ ଶିକ୍ଷାଦାନ ଆରମ୍ଭ ହେବାସହ ଅଞ୍ଚଳବାସୀ ଓ ସମାଜସେବୀ ଡ଼. ସ୍ବର୍ଗତ ସାଧୁ ବାବୁଙ୍କ ଅଧୁରା ସ୍ୱପ୍ନ ସାକାର ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.