ରୁପ୍ରାରୋଡ଼ରେ ‘ଫିଟନେସ କ୍ଲବ’ ଜିମ୍ ଉଦଘାଟନ କଲେ ନର୍ଲା ବିଧାୟିକା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକେ ଏବେ ସ୍ଵାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ହେଉଥିବା ବେଳେ କିଏ ମର୍ଣିଂ ୱାକ କରୁଛି ତ କିଏ ଖେଳ ପ୍ରତି ମନୋନିବେଶ କରୁଛି। ଏସବୁକୁ ଦେଖି ଅନେକ ସଂସ୍ଥା ସହର ମାନଙ୍କରେ ସ୍ଥାନେ ସ୍ଥାନେ ଜିମ ଖୋଲି ଯୁବକଙ୍କୁ ଆକର୍ଷଣ କରି ସ୍ଵାସ୍ଥ୍ୟ ସଚେତନତା କରୁଥିବା ଦେଖାଦେଇଛି। ହେଲେ ଗ୍ରାମାଞ୍ଚଳ ମଧ୍ଯ ଏଥିରେ ପଛରେ ପଡ଼ିନି। ଏହି କ୍ରମରେ ଗତ ତିନି ବର୍ଷ ତଳେ ନର୍ଲାରେ ‘ଆରଏମ ଫିଟନେସ ଜିମ’ ସେଣ୍ଟର୍ ଖୋଲି ଯୁବକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏବେ ରୁପ୍ରାରୋଡ଼ରେ ଖୋଲିଛି ‘ଫିଟନେସ କ୍ଲବ ଜିମ’ ସେଣ୍ଟର। ଏହି ଜିମ ସେଣ୍ଟରକୁ ରବିବାର ଅପରାହ୍ନରେ ଉଦଘାଟନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି।

Omkar Vasthu
Omkar Vasthu

ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ି ବିଲ୍ଡିଂରେ ଦୁଇଥର ମିଷ୍ଟର ଇଣ୍ଡିଆ ଓ ତିନିଥର ମିଷ୍ଟର ଓଡ଼ିଶା ଭାବରେ ସମ୍ମାନୀତ ହୋଇଥିବା ଟିଟିଲାଗଡର ସନ୍ତୋଷ ମହାନ୍ତି, ଜିମ ସଂସ୍ଥାପକ ରାଜୀବ (ଜଗୁ) ମହାନ୍ତି, ନର୍ଲା ଆରଏମ ଜିମର ପ୍ରତିଷ୍ଠାତା ତଥା  ସାମ୍ବାଦିକ ରଞ୍ଜନ ମହାନ୍ତି, ରୁପ୍ରାରୋଡ଼ ଅଞ୍ଚଳର ଅନେକ ଯୁବକ,  ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ମାନେ ରୁପ୍ରାରୋଡ଼ର ‘ଫିଟନେସ କ୍ଲବ ଜିମ’ ଉଦଘାଟନ ବେଳେ ଉପସ୍ଥିତ ଥିଲେ। ରୁପ୍ରାରୋଡରେ ସ୍ଥାପିତ ଏହି ଜିମ ଅଞ୍ଚଳର ଯୁବକଙ୍କ କ୍ୟାରିୟର ଗଠନରେ ସହାୟକ ହୋଇପାରିବ। ସ୍ଵାସ୍ଥ୍ୟ ପ୍ରତି ଯତ୍ନଶୀଳ ମହିଳା ମାନେ ମଧ୍ୟ ଏଥିରୁ ଫାଇଦା ପାଇପାରିବେ ବୋଲି ମୁଖ୍ୟ ଅତିଥି ନର୍ଲା ବିଧାୟିକା ମନୋରମା ମହାନ୍ତି ତାଙ୍କ ବକ୍ତବ୍ୟରେ କହିବା ସହ ଜିମର ସଂସ୍ଥାପକ ଜଗୁଙ୍କୁ ଏଥିପାଇଁ ସାଧୁବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.