ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଭାଲୁ ଆକ୍ରମଣରେ ଅନେକ ଲୋକ ଗୁରୁତ୍ବର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବନବିଭାଗ ଏହାର କୌଣସି ପଦକ୍ଷେପ ନ ନେଇ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ଉଚ୍ଚଳା ଗ୍ରାମ ପଞ୍ଚାୟତର ନୂଆଗୁଡା ଗ୍ରାମର ଜଣେ ଲୋକ ଆକ୍ରମଣରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ଥିଲେ। ପରେ ଗୁରୁତ୍ବର ହେବାରୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁଣି ଏଭଳି ଘଟଣା ଜୟପାଟଣା ବନବିଭାଗ ଅଧୀନରେ ଥିବା ଉଚ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରି ପଖାନ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ନାଏକ ପାହାନ୍ତିଆରୁ ଉଠି ଶୌଚ କରିବା ପାଇଁ ନିକଟସ୍ଥ ନାଲା ଯାଇଥିବା ବେଳେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦୁଇ ଭାଲୁ ହଠାତ୍ ଆକ୍ରମଣ କରିବାରୁ ଗୁରୁତ୍ବର ହୋଇ କୌଣସି ପ୍ରକାରେ ଭାଲୁ ହାବୁଡରୁ ଖସି ଆସିବା

Omkar Vasthu
Omkar Vasthu

ପରେ ପରିବାର ଲୋକେ ଗୁରୁତ୍ବର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିବା ସୁଚନା ମିଳିଛି। ବାରମ୍ବାର ଭାଲୁ ଆକ୍ରମଣର ଶିକାର ହେଉଥିବାରୁ ବନବିଭାଗ ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବା ସାଧାରଣରେ ଦାବି ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.