ବନ୍ୟଜନ୍ତୁ ଶୀକାର ଘଟଣାକୁ ପୁରିଲା ମାସେ: ଅଭିଯୁକ୍ତମାନଙ୍କୁ ଧରିବାରେ ବନ ବିଭାଗ ନିଷ୍କ୍ରିୟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ଅବାଧରେ ବନ୍ୟଜନ୍ତୁ ଶିକାର ଘଟଣାର ମାସେ ପୁରି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଇଁତଲା ରେଞ୍ଜ ବିଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଶିକାରୀମାନେ ବେଧଡ଼କ ଘୁରିବୁଲୁ ଥିବାବେଳେ ବନ ବିଭାଗ କାହିଁକି ଜାଣି ଅଜଣା ହେଲା ଭଳି ନୀରବ ରହୁଛି ବୋଲି ଅଞ୍ଚଳ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି l ଯାହାଫଳରେ ବନ ବିଭାଗର ଅପାରଗତା ଯୋଗୁଁ ଦିନକୁ ଦିନ ଜଙ୍ଗଲର ବନ୍ୟଜନ୍ତୁମାନେ ଲୋପ ପାଉଛନ୍ତି l

ପ୍ରକାଶ ଯେ, କନ୍ଦକେଲଗାଁ ସେକ୍ସନ ଏରିଆରେ ଏବେ ବନ୍ୟଜନ୍ତୁ ଶିକାରୀଙ୍କ କବଜା ରହିଛି l ଜଙ୍ଗଲକୁ ପଶି ବେଆଇନ ଭାବେ ମନଇଚ୍ଛା ଶିକାର କାରବାର ଚଲାଇଆସୁ ଥିବାବେଳେ ବନ ବିଭାଗ ଚଢ଼ାଉ କରିଥିଲା l ଏଥିରେ ମୃତ ବରାହ, ଗୋଧି (ଗୁଏ), ଗୁଞ୍ଛାମୂଷା ୨ ଗୋଟି, ୧୧ ଗୋଟି ମୋଟର ସାଇକେଲ, ୨ ଟି ସାଇକେଲକୁ ଜବତ କରି ସଇଁତଲା ରେଞ୍ଜକୁ ଆଣିଥିଲା l ଏହି ଘଟଣାରେ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l କିନ୍ତୁ ବନ ବିଭାଗ ଏକ ମାମଲା ରୁଜୁ କରି ମାସେ ବିତିଗଲା ସତ୍ତ୍ୱେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ବେଧଡ଼କ ବୁଲୁଥିବା ଅଭିଯୋଗ ହେଉଛି l ବର୍ତମାନ କାହିଁକି ଅଭିଯୁକ୍ତମାନଙ୍କୁ ବନ ବିଭାଗ ଧରୁନାହିଁ l ଏ ଘଟଣା ପଛରେ କିଛି ରହସ୍ୟ ଅଛି କି ଯାହା ଫଳରେ ବନ ବିଭାଗ ନୀରବ ରହୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏ ନେଇ ବଲାଙ୍ଗୀର ଏସିଏଫ ଜିତେନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ବନପାଳଙ୍କୁ ସୋ କଜ ମଗାଯିବ ସହ ଅଭିଯୁକ୍ତମାନଙ୍କ ବିରୋଧରେ ୱାରେଣ୍ଟି ଜାରୀ କରାଯିବ ବୋଲି ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.