ଜୁନାଗଡ଼ ଫତେନଗର ପଡାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଫତେନଗର ପଡାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏହି ପଡ଼ାରେ ଦୁଇ ହଜାରରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଯେଉଁ ଠାରେ କିଛି କୁ ପ୍ରକୃତିର ଲୋକ ସଦା ସର୍ବଦା ବିଭିନ୍ନ ପ୍ରକାରର ମଇଳା ପକାନ୍ତି। ସେହି ରାସ୍ତା ହେଉଛି ଫତେନଗର ପଡାରେ ମୁଖ୍ୟ ରାସ୍ତା। ଏହି ରାସ୍ତାଟି ଗୋତି ପଡ଼ା, ମଧ୍ୟମ ପଡ଼ା, କେଉଟ ପଡ଼ା, ବରଗଛ ପଡ଼ା, ଗନ୍ତାୟତ ପଡ଼ା ସହିତ ଜୋଡି ହୋଇଛି।

ଏହି ରାସ୍ତା ଦେଇ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି କିନ୍ତୁ କିଚ୍ଛିତ ପ୍ରକୃତିର ଲୋକମାନେ ଏଠାରେ ମଇଳା, ଆବର୍ଜନା କୁଡ଼ କୁଡ଼ ଫିଙ୍ଗୁଛନ୍ତି। ଯାହା ଫଳରେ ଏକ ପଚା ଦୁର୍ଗନ୍ଧ ପରିବେଶକୁ ଦୂଷିତ କରୁଛି। ଏଥିରେ ମଶା, ମାଛି ବହୁ ପରିମାଣରେ ମଧ୍ୟ ଜାତ ହେଉଛନ୍ତି। ଏନେସିର ମଧ୍ୟ ଦୃଷ୍ଟି ପଡୁ ନାହିଁ। ତେଣୁ ଯଥା ଶିଘ୍ର ଏହି ସମସ୍ୟାର ପ୍ରତିକାର କରିବାକୁ ଦାବି କରିଛନ୍ତି ସଚେତନ ନାଗରିକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.