ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର କଲମପୁର ଚୌକ ଠାରେ ସ୍ଥିତ ଏଟୁଜେଡ ମଲ ଓ ଗାୟତ୍ରୀ ମନ୍ଦିର ମଝିରେ ପୂର୍ବ ଦିଗରେ ଗୋଟିଏ ଛୋଟ କେନାଲଟି ଯାଇଛି। ଏହାରି ପାଖରେ ଥିବା ଟିଫିନ୍ ଦୋକାନରେ ଖାଉଥିବା ଲୋକଙ୍କର ହଜାର ହଜାର ସଂଖ୍ୟକ ପ୍ଲାଷ୍ଟିକ ଦନା ଏହି କେନାଲରେ ପଡ଼ି ରହିଛି ବୋଲି ଜଣାପଡିଛି ଯାହା କାରଣରେ ପୋଲ ଜାମ ହେଇଯାଇଛି ଏବଂ ଏକ ପଚା ଦୁର୍ଗନ୍ଧ ପରିବେଶ ଦୂଷିତ କରୁଛି।
ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ଯାଉଛି ଏବଂ ନିକଟସ୍ଥ ରେ ଥିବା ଜୁନାଗଡ଼ ଇଂଲିଶ ସ୍କୁଲ ପଡିଆକୁ ପାଣି ପଶି ଯାଉଛି।ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଛନ୍ତି। ଯାହା ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବିରୁଦ୍ଧରେ ଏନେସି କୌଣସି ପଦକ୍ଷେପ ନେଉ ନାହିଁ ଓ ବାରମ୍ବାର ପ୍ରକ୍ଷାରଣ ହେଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।