ଲାଞ୍ଜିଗଡ଼-ମୁନିଗୁଡା ରାସ୍ତା ଅବସ୍ଥା ବେହାଲ୍ : ଯମ ଯନ୍ତ୍ରଣା ସହୁଛନ୍ତି ଜନତା

ଲାଞ୍ଜିଗଡ଼,୬/୭ : ରାସ୍ତାଘାଟ ପାଇଁ ସରକାର ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେତିକି ଟଙ୍କା ଯଦି ସେହି ରାସ୍ତାରେ ପକାଜିବ ତ ପିଚୁ ବି ଦିସିବ ନାହିଁ । କିନ୍ତୁ ଏଠି ରାସ୍ତା ଯାକ ଖଳଖମା । ଏହି ରାସ୍ତାରେ ଯିବା ଓ ଯମ ଯନ୍ତ୍ରଣା ସହିବା ସମାନ କଥା । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଉଛି ଲାଞ୍ଜିଗଡ – ମୁନିଗୁଡା ରାସ୍ତା । ଏଠି ଠିକାଦାର ପୋଷଣ ନିତି ଚାଲିଛି । ଉପରୁ ତଳ ପର୍ଯ୍ୟନ୍ତ ଦୂର୍ନିତି । କହିବା କାହାକୁ ଶୁଣିବ କିଏ ? – ଏ କଥା ପ୍ରକାଶ କରିଛନ୍ତି ଲାଞ୍ଜିଗଡ – ମୁନିଗୁଡା ରାସ୍ତାରେ ଯାଉଥିବା ଯାତ୍ରୀ ।

ପ୍ରକାଶ ଯୋଗ୍ୟଯେ ଠିକାଦାର ଓ ସରକାରୀ ବାବୁ ମାନଙ୍କ ମଧୁ ଚନ୍ଦ୍ରୀକା ଫଳରେ ଲାଞ୍ଜିଗଡ଼ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ତଦୃପ। ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବିରାଟ ବିରାଟ ଖାଲଖମା ପରିଲକ୍ଷିତ ହେଉଛି।ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷା ହେବା କ୍ଷଣି ରାସ୍ତାରେ ଯୋଗାଯୋଗ ଠପ ହୋଇଯାଉଛି। ଜନତାଙ୍କ ଅଭିଯୋଗ – “ଠିକାଦାରଙ୍କ ଲାଭ ଖୋର ନୀତିକୁ ଆଖି ବୁଜି ସମର୍ଥନ ଦେଉଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଜାଣି ଏବେ ଅଜଣା ସାଜିଛି।” ଫଳ ସ୍ବରୂପ ଲୋକଙ୍କ ସମସ୍ୟା ବଡିବାରେ ଲାଗିଛି।ରାସ୍ତାର ଦୁରବସ୍ଥା ଯୋଗୁଁ ସର୍ବ ସାଧାରଣ ଜାତାୟତ ବ୍ୟତୀତ ରୋଗୀ, ସ୍କୁଲ ଛାତ୍ରଛାତ୍ରୀ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ନେବା ଆଣିବାରେ ମଧ୍ୟ ସମସ୍ୟା ଦେଖା ଦେଇଛି।ଅନେଇ ବାରମ୍ବାର ଅଭିଯୋଗ କଲେବି ଗ୍ରାମ୍ୟ ଉନୟନ ବିଭାଗ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛି।


ଅଭିଯୋଗ ଅନୁଯାୟୀ ଲାଞ୍ଜିଗଡ଼ ସହର ଠାରୁ ମୁନିଗୁଡାକୁ ସଂଯୋଗ ରାସ୍ତା ଭାବେ ପରିଚିତ ଥିଲା ବେଳେ ରାୟଗଡା ଜିଲ୍ଲା ବିଷମ କଟକ ଖ୍ରୀଷ୍ଟିୟାନ ମେଡିକାଲକୁ ଯାତାୟତ ସହଜ ହୋଇଥାଏ।ସେହିପରି ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁକୁ ସଂଯୋଗ କରିବା ପାଇଁ ଏହି ରାସ୍ତା ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଏହି ରାସ୍ତା ନିମ୍ନ ମାନର କାମ ଯୋଗୁଁ ଲାଞ୍ଜିଗଡ଼ ଠାରୁ ମୁନିଗୁଡା ଯିବା ରାସ୍ତାର ଲାଞ୍ଜିଗଡ଼ ପୋଖରୀ ଠାରୁ ବଂଶୀଧାରା ନଦୀ ପର୍ଯ୍ୟନ୍ତ ଦେଢ କିଲୋମିଟ ନିମ୍ନମାନର କାମ ଯୋଗୁଁ ବର୍ଷ କ ମଧ୍ୟରେ ପିଚୁ ଉଠି ଶହ ଶହ ଖାଲଖମା ଯୋଗୁଁ ଜାତାୟତରେ ବାଧା ପାଲଟିଛି। ପର୍ବରୁ ବେଦାନ୍ତ କମ୍ପାନୀ କର୍ମଚାରୀ ମାନେ ଷ୍ଟାଫ କଲୋନୀ ଠାରୁ ଲାଞ୍ଜିଗଡ଼ ଦେଇ ଏହି ରାସ୍ତାରେ କମ୍ପାନୀକୁ ଯାଉଥିଲେ। ସେହି ସମୟରେ ରାସ୍ତା ଖରାପ ହେଲେ କମ୍ପାନୀ ଏହାର ମରାମତି କରୁଥିଲା । ବର୍ତ୍ତମାନ ତାର ନିଜ ରାସ୍ତା ବନାଇ ଆଜିକୁ ୧୦ବର୍ଷ ହେବ ଜାତାୟତ କରିବା ଯୋଗୁଁ କମ୍ପାନୀ ମଧ୍ୟ ରାସ୍ତା ସଜାଡିବାକୁ କହିଲେ ଶୁଣୁନାହିଁ ବୋଲି ଲାଞ୍ଜିଗଡ଼ ଅଞ୍ଚଳବାସି କହୁଛନ୍ତି। ଏଣୁ ସଂପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯାଇ ରାସ୍ତାର ମରାମତି କରିବାକୁ ଅଞ୍ଚଳବାସୀ ଦାବିକରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.