ଗାୟତ୍ରୀ ଭୋଇଙ୍କ କବିତା : ସାରା ଆକାଶ ତୁମର

ସାରା ଆକାଶ ତୁମର

ଗାୟତ୍ରୀ ଭୋଇ

 

ମୁଁ ଆଉ ଦେଖି ପାରିବିନି ତୁମ ଆଖିରେ
ଲୁହ ଟୋପାଏ ,ସହି ପାରିବିନି
ତୁମ ଉଦାସ ଚେହେରା ।

ଦୁଃଖ ବୋଲି କିଛି ନାହିଁ ଏ ଦୁନିଆରେ
ଯଦି କିଛି ଅଛି …ତାହାଲେ
ମୁଁ ନେଇ ଯାଉଛି ତୁମ ଭାଗର ସବୁ ଦୁଃଖ ,
ତୁମେ ମୋର ସମଗ୍ର ଖୁସି ନେଇଯାଅ ।

ଏବେଠାରୁ ଲୁହ ପୋଛି ଦିଅ
ଆଉ ହଁ …ଏଇ ଶେଷ ଦୁଇ ବୁନ୍ଦା ଲୁହକୁ
ସାଇତି ରଖିଦିଅ ଶେଷ ସନ୍ତକ ଭାବରେ ।

ମୁଁ ଆଜି ମୋ ଖୁସିର ଆକାଶକୁ
ତୁମ ନାଁ ରେ ଲେଖିଦେଲି ,
ଯଦି କେବେ ତୁମ ହସର ରଙ୍ଗ ଫିକା
ପଡ଼ିଯିବ ତେବେ ସେ ସଜେଇ ଦେବ ତୁମକୁ
ଇନ୍ଦ୍ରଧନୁର ରଙ୍ଗରେ ।

ଯଦି କେବେ ଏକା ଲାଗେ ତେବେ
ଉଡି ଯାଉଥିବା ପକ୍ଷୀମାନେ ଆସି ଶୁଣାଇ ଦେଇ ଯିବେ ସୁମଧୁର ଜୀବନ ସଂଗୀତ ନାନାଦି ଭାଷାରେ ।

ତାରାମାନେ ବି ତୁମକୁ ବନ୍ଧୁ ଭାବରେ
ଆପଣେଇ ନେବେ ,ବର୍ଷା ବି ତୁମକୁ
ଭିଜେଇ ଦେଇଯିବ ତୁମ ଇଛା ଅନୁସାରେ ।

ମୋର ଇଛା ତୁମେ ଖୁସିରେ ରୁହ
ଜୀବନକୁ ଉପଭୋଗ କର 
ମୁଁ ଲିଭେଇ ଦଉଛି ତୁମ ଜୀବନରୁ
ସବୁ ଦୁଃଖର ପଦଚି଼ହ୍ନ ,
ଏଇ ନିଅ ତୁମ ଖୁସିର ଆକାଶ
ଏବେଠୁ ସାରା ଆକାଶ ତୁମର ….।

କଣ୍ଟାପଡା,କଟକ 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.