ଲାଞ୍ଜିଗଡ଼ରେ ପୁଣି ଜନନୀ ଯନ୍ତ୍ରଣା : ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୧କିମି ଚାଲିଲେ ଗର୍ଭବତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ଫଳରେ ୧କିମି ଚାଲିଲା ପରେ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା। ଏଇଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ବାରୀଗୁଡ଼ା ଗାଁରେ। ବାରୀଗୁଡ଼ା ଗାଁର ରୁପି ମାଝିଙ୍କ ସ୍ତ୍ରୀ ତୁଳସା ମାଝୀଙ୍କୁ ବୁଧବାର ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ କର୍ମଚାରୀ ଏତେ ରାତିରେ ଆମେ ଯାଇ ପାରିବୁନି ଆପଣ ଅନ୍ୟ ବ୍ୟବସ୍ଥା କରନ୍ତୁ କହିବାରୁ ପରିବାର ଲୋକେ ଆଖ ପାଖରେ ଥିବା ଗାଡ଼ି ମାନଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ସେତେବେଳ କୌଣସି ଗାଡ଼ି ମିଳିନଥିଲା। ନିରାଶ ହେବାପରେ ପୁଣିଥରେ ଆମ୍ବୁଲାନ୍ସକୁ ଫୋନ କରି ନେହୁରା ହୋଇଥିଲେ ପରିବାର ଲୋକେ। ଏହାପରେ ଆମ୍ବୁଲାନ୍ସ ପାହାନ୍ତିଆ ୪ ଘଣ୍ଟା ସମୟରେ ଆସିଥିଲା। ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଭଟାପଡ଼ା ପର୍ଯ୍ୟନ୍ତ ଆସି ଅଟକି ରହିଥିଲା। ଅନ୍ୟ କିଛି ଉପାୟ ନଥିବାରୁ ପରିବାର ଲୋକେ ତୁଳସାଙ୍କୁ ଚଲାଇ ଚଲାଇ ୧କିମି ଭଟାପଡ଼ା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କୁ ପ୍ରସବ ପାଇଁ ଭର୍ତି କରାଯାଇଥିଲା। ତେବେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁଳସା ଏକ ଶିଶୁ କନ୍ୟା ଜନ୍ମ ଦେଇ ସୁସ୍ଥ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ଜଣେ ଗର୍ଭବତୀଙ୍କୁ ୧ କିମି ଚଲାଇ ନେବା ଘଟଣା ଏବେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହିତ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଲୋକଙ୍କ ପ୍ରଶ୍ନବାଛି ଉଠୁଛି। ସୂଚନାଯୋଗ୍ୟ ଏହି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଠାରୁ ଆରମ୍ଭକରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ସୁଫଳ ମିଳିନାହିଁ ବୋଲି କହୁଥିବା ବେଳେ ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନକୁ ଭୋଟ ବର୍ଜନ ମଧ୍ୟ କରିଥିଲେ। ଏହି ଗାଁକୁ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନର ଆଡ଼ଦୃଷ୍ଟି ମଧ୍ୟ୍ୟ ପଡ଼ିନାହିଁ। ଯାହାଫଳରେ ବିଭିନ୍ନ ସମୟରେ ଗାଁ ଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଖବର ପ୍ରସାରଣ ପରେ ଏହି ଗାଁ ପ୍ରତି ବ୍ଲକ ତଥା ଜିଲ୍ଲା ପ୍ରଶାସନର କେବେ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.