ଚମ୍ପାଦେଇପୁର ପଞ୍ଚାୟତ ଠାରେ ମହିଳା ଗ୍ରାମସଭା ଅନୁଷ୍ଠିତ

ଓଡ଼ଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ପରିସରରେ ମହିଳା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଓ ପ୍ରଦାନ ସଂସ୍ଥା ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମିଶନଶକ୍ତି ଲାଞ୍ଜିଗଡ଼ ବ୍ଲକ ପ୍ରୋଗ୍ରାମ ମେନେଜର ସଂଜୀବ କୁମାର କହଁର ଯୋଗଦେଇଥିଲେ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ୍ୱର ସାହୁ, ପ୍ରଦାନ ଏନଜିଓ ବ୍ଲକ କୋଡ଼ିନେଟର୍ ରାଜେଶ୍ବରୀ ରଥ ପ୍ରମୁଖ ମଞ୍ଚସିନ ଥିଲେ। ଏଥିରେ ସମସ୍ତ ଏନଏମ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସିଏଲଏଫ, ଓ୍ଵାଡ ସଭ୍ୟ/ ସଭ୍ୟା ସମେତ ପଞ୍ଚାୟତର ଅଞ୍ଚଳର ମହିଳାମାନେ ଯୋଗ ଦେଇଥିଲେ। ତେବେ ଏଥିରେ ସ୍ବାସ୍ଥ୍ୟ ଓ ପରିମଳ, ପାନୀୟଜଳ ସମସ୍ୟା, ପଞ୍ଚାୟତର ବିକାଶ କାର୍ଯ୍ୟରେ ମହିଳାଙ୍କ ଭୂମିକା, ଗ୍ରାମସଭାରେ ମହିଳାଙ୍କ ଅଧିକ ସଂଖ୍ୟାରେ ଯୋଗଦେବା ଭଳି ଅନେକ ସମ୍ପର୍କ ଉପରେ ଏହି ସଭାରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ୍ୱର ସାହୁ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.