ସଇଁତଲାରେ ଜାତୀୟ କୃମିନାଶକ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଜାତୀୟ କୃମିନାଶକ ଦିବସ ପାଳନ ହୋଇଯାଇଛି।  ଆଇସିଡିଏସ ବିଭାଗର ସିଡିପିଓ ଗୋଲାପୀ ନାଏକଙ୍କ ନିର୍ଦେଶ କ୍ରମେ ସୁପରଭାଇଜର ଜ୍ଞାନନ୍ଦା ମହାନନ୍ଦଙ୍କ ତତ୍ତ୍ୱବଧାନରେ ସଇଁତଲା ପଞ୍ଚାୟତର ବେସିସ ବିଦ୍ୟାଳୟ ପରିସରରେ ସିଇ, ଏଫ, ଇଟୁ ଓ ଜି ୫ଗୋଟି ସେଣ୍ଟରର ପୁଅଝିଅମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

ଅଙ୍ଗନୱାଡ଼ି କର୍ମୀ ମାଧବୀ ପଟ୍ଟନାୟକ, କଳ୍ପନା ବଗର୍ତି, ପଦ୍ମା ବେହେରା, ସୁଜାତା ଝାଙ୍କର, କଳ୍ପନା ତାଣ୍ଡିଙ୍କ ଉପସ୍ଥିତରେ ଆଶାକର୍ମୀ ମାଳା ଗହୀର, ବନିତା ରଣା, ଜାନକୀ ମହାଲିଙ୍ଗ, ମାଳତୀ ଭୋଇ ଓ ସାହାଯ୍ୟ କାରିଣୀ ଭାବରେ ସମାରୀ ମନହୀରା ଓ ସୁବର୍ଣ୍ଣ ସାହୁ ସହଯୋଗ କରିଥିଲେ। ଏହି ଦିବସରେ ୮୫ ଜଣ ପୁଅଝିଅଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯାଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.