ଚାଷ ଜମିରେ କାଦୁଅ କରୁଥିବା ସମୟରେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜମିରେ କାଦୁଅ କରିବା ସମୟରେ ଦବିଗଲା ଟ୍ରାକ୍ଟର। ଏହାକୁ ଉଦ୍ଧାର କରିବା ସମୟରେ ଟ୍ରାକ୍ଟର ଓଲଟି କାଦୁଅରେ ପୋତି ହୋଇ ଚାଲିଗଲା ଡ଼୍ରାଇଭରଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଥାନା ଅଧିନ ସର୍ଗିଗୁଡା ଗ୍ରାମରେ। ମୃତ ଡ୍ରାଇଭର ଜଣକ ଡୁଡୁକାଠେଙ୍ଗା ପଞ୍ଚାୟତ ନୂଆପଡ଼ା ଗ୍ରାମର ବୈଦ୍ୟନାଥ ମାଝୀଙ୍କ ସାନପୁଅ ଶିବ ମାଝୀ (୨୩) ବୋଲି ଜଣାପଡିଛି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ସୋମବାର ଦାବ୍ରିଗୁଡା-ସର୍ଗିଗୁଡା ମଝିରେ ଥିବା ଘେନୁ ମାଝୀଙ୍କ ବିଲକୁ ଟ୍ରାକ୍ଟର ନେଇ ଯାଇଥିବା ଅନ୍ୟ ଜଣେ ଡ୍ରାଇଭର କାଦୁଅ କରୁଥିବା ସମୟରେ ବିଳରେ ଫସି ଯାଇଥିଲା। ତେବେ ଟ୍ରାକ୍ଟରକୁ କାଢୁଥିବା ପାଇଁ ଚେଷ୍ଠା କରୁଥିବା ବେଳେ ସହଯୋଗୀ ଭାବରେ ଥିବା ଡ୍ରାଇଭର ଶିବ ମାଝୀ କାଦୁଅରୁ ଟ୍ରାକ୍ଟରକୁ କାଢ଼ିବା ପାଇଁ ଚେଷ୍ଠା କରିଥିଲେ। ତେବେ ଏହି ସମୟରେ ଟ୍ରାକ୍ଟର ଓଲଟି ଯିବାରୁ କାଦୁଅ ଭିତରେ ଡ୍ରାଇଭର ଶିବ ପୋତିହୋଇ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.