ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତିକ ଯୁବ ଦିବସ

ସୁସ୍ଥ ଜୀବନ ଓ ସୁସ୍ଥ ପରିବେଶ ଗଠନ ଯୁବବର୍ଗଙ୍କ ମୁଖ୍ଯ ଲକ୍ଷ୍ଯ ହେବା ଆବଶ୍ୟକ, କହିଲେ କୁଳପତି

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀମାନଙ୍କୁ ପାଠପଢା ସହ ବିଭିନ୍ନ ଦିଗରେ ଆଗ୍ରହ ନେବା ଓ ନିଜର ସାମୁହିକ ବିକାଶ କରିବାକୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ସର୍ବଦା ଉତ୍ସାହିତ କରିଥାଏ। ଏହି ପରିପେକ୍ଷୀରେ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ ସଂପୂର୍ଣ୍ଣ ଦିନରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ପ୍ରାତଃ ସମୟରେ ସୁସ୍ଥ ଜୀବନ ନିର୍ବାହର ବାର୍ତ୍ତା ନେଇ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ଛାତ୍ରଛାତ୍ରୀ ଯୋଗଦେଇ ଯୋଗଗୁରୁ ଚିତ୍ତରଞ୍ଜନ ସାହୁଙ୍କ ଠାରୁ
ଯୋଗାଭ୍ୟାସ ଶିକ୍ଷାଲାଭ କରିଥିଲେ। ଏଥିସହ ବିଶ୍ବବିଦ୍ୟାଳୟ ପରିସରରେ ଅଧ୍ୟାପିକା ଓ ଛାତ୍ରୀମାନେ ଗଛଚାରା ରୋପଣ କରିଥିଲେ। ଏହାପରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଓ କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ ଓ ଡ଼କ୍ଟର ମିନତୀ ମିଶ୍ରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଆନ୍ତର୍ଜାତିକ ଯୁବ ଦିବସର ମୂଖ୍ଯ ପ୍ରସଙ୍ଗ ‘କ୍ଲିକ୍ ଠାରୁ ଅଗ୍ରଗତି ପର୍ଯ୍ୟନ୍ତ: ସ୍ଥାୟୀ ବିକାଶ ପାଇଁ ଯୁବ ଡିଜିଟାଲ୍ ପଥ’ ସମ୍ପର୍କିତ ସମସ୍ତ ବିଷୟ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

Udyog Nursery
Udyogi Nursery

କୁଳପତି ପ୍ରଫେସର ତ୍ରିପାଠୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ, ଏକ ସ୍ଥାୟୀ ଓ ସୁରକ୍ଷିତ ସମାଜ ଗଠନ ପାଇଁ ନିଜର ଦାୟିତ୍ବ, କର୍ତ୍ତବ୍ଯ ଓ ଉତ୍ତରଦାୟିତ୍ବକୁ ଯୁବବର୍ଗ ହୃଦୟଙ୍ଗମ କରିବା ଆବଶ୍ୟକ। ସୁସ୍ଥ ଜୀବନ ସହ ସୁସ୍ଥ ପରିବେଶ ପାଇଁ ସଚେତନ ରହିବା ସହ ନିଜ କର୍ତ୍ତବ୍ୟପରାୟଣତାକୁ ଦେଶର ଉନ୍ନତି ସାଧନ ପାଇଁ ସହଯୋଗ କରିବା ଉଚିତ। ଆଗାମୀ ଭବିଷ୍ୟତରେ ଆମେ ଉନ୍ନତ ଧାରାରେ ଥିବା ରାଷ୍ଟ୍ରକୁ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ କରିବାନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ଆଭାସୀ ମାଧ୍ୟମରେ ସିରେନ୍ ଟେକ୍ନୋ ହେଲଥ୍ ପ୍ରାଇଭେଟ ଲିମିଟେଡର ସିଇଓ ଶୁଭ୍ରଜିତ ସିଂ ରୟ ମୁଖ୍ଯବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ସହ ଏକ ସୁରକ୍ଷିତ ଭବିଷ୍ୟତ ଗଢିବାକୁ ଉତ୍ସାହିତ କରିଥିଲେ। ଡିଜିଟାଲ ପ୍ଲାଟଫର୍ମକୁ ବିସ୍ତୃତ ଭାବେ ଉପଯୋଗ କରି ରୋଜଗାରକ୍ଷମ ହେବାର କୌଶଳ ଶିଖାଇଥିଲେ। ଏଥିସହ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଡ଼କ୍ଟର ମିନତୀ ମିଶ୍ର ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର, ଏହାର ସଦୁପଯୋଗ ସହ ଏହାର ଅପବ୍ୟବହାର ସଂପର୍କିତ ଏକ ସଚେତନତାଧର୍ମୀ ତଥ୍ଯ ସମୂହ ଉପସ୍ଥାପନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମକୁ ଡ଼କ୍ଟର ମିନତୀ ମିଶ୍ର ଓ ଡ଼କ୍ଟର ଜିନା ପ୍ରିୟଙ୍କା ଜେଠୀ ପରିଚାଳନା କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ପ୍ରଫେସର ଅମୂଲ୍ଯ କୁମାର ଆଚାର୍ଯ୍ଯ, ଡ଼କ୍ଟର ଜଗନ୍ନାଥ ବେହେରା, ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ପ୍ରମୁଖଙ୍କ ସଂଯୋଜନା ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ସଫଳ ରୂପାୟନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.