ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ

ଓଡ଼ିଆ ବାର୍ତ୍ତା/ ଥୁଆମୂଲ ରାମପୁର (ପ୍ରଦୀପ କୁମାର ପଣ୍ଡା): ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଲ ରାମପୁର ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି । ଏଥିରେ ଛାତ୍ରଛାତ୍ରୀ ଓ କର୍ମଚାରୀ ନିଶା ସେବନ ନ କରିବା ସହିତ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନ କରିବା ପାଇଁ ପରାମର୍ଶ ଦେବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ଏକ ସଚେତନତା ଶୋଭଯାତ୍ରା ନଗର ପରିକ୍ରମା କରିଥିଲେ ଓ ଲୋକଙ୍କୁ ନିଶା ସେବନରେ ହେଉଥିବା ବିଭିନ୍ନ କୁପରିଣାମ ସମ୍ପର୍କରେ ବୁଝାଇଥିଲେ ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ  ସତ୍ୟନାରାୟଣ ମୁଣ୍ଡଛିନା, ଅଧ୍ୟାପକ ଉଦ୍ଧବ ବାରିକ, ବବୃ ବାହାନ ବୁଦ୍ଧିଆ, ଶେଖ ଅକ୍ତର, ସତ୍ୟ ଦାଶ, ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର ସାହୁ, କପିଳାସ ନାଏକ, ପରୀକ୍ଷିତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ବନବିହାରି ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.