ପଲସର ବାଇକ ଚୋରୀ, ଥାନାରେ ମାମଲା ରୁଜୁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଦିନକୁ ଦିନ ବାଇକ ଚୋରୀ ବଢ଼ି ଚାଲିଥିବା ଅଭିଯୋଗ ହେଉଛି। ରବିବାର ବିଳମ୍ବିତ ରାତ୍ରିରେ ଘରରେ ଥିବା ପଲସର ବାଇକ ଚୋରୀ କରି ନେଇଥିବା ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ଭିତ୍ତି କରି ଥାନା କେସ ନଂ ୩୪୮/୨୪ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।‌

Omkar Vasthu
Omkar Vasthu

ପ୍ରକାଶ ଯେ, ଏହି ଥାନା ଅଧୀନରେ ଥିବା ସିଲେଟପଡା ଗାଁର ଲକ୍ଷ୍ମୀକାନ୍ତ ସାହୁ ନାମକ ଜୈନିକ ବ୍ୟକ୍ତିଙ୍କ ଘରୁ ପଲସର ବାଇକ (ନଂ: ଓଡି ୦୩ ଆର ୩୪୨୩) ଲକ କରି ରାତ୍ରି ସମୟରେ ରଖିଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ବାଇକକୁ ଚୋରୀ କରି ନେଇଥିବା ଜଣାପଡିଛି। ଏ ନେଇ ପୋଲିସ ବିଭିନ୍ନ ଆଧାରକୁ ନେଇ ଘଟଣାର ଖୋଡ଼ତାଳ ଚଲାଇଥିବା ଜଣାପଡିଛି। ଏପଟେ ରାତ୍ରି ସମୟରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.