ନର୍ଲା ବ୍ଲକ ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ୭୮ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅଗଷ୍ଟ ୧୩ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି। ପଞ୍ଚାୟତ ସମିତି ନର୍ଲା ପରିସରରେ ବିଡ଼ିଓ ରିପୁନାଥ ସୁନାଙ୍କ ତତ୍ବାବଧାନରେ ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ତହସିଲଦାର ବିଶ୍ବରଞ୍ଜନ କହଁର ଅତିଥି ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ହର ଘର ତ୍ରିରଙ୍ଗା ସେଲ୍ଫି ପଏଣ୍ଟରେ ସମସ୍ତେ ଉପସ୍ଥିତ ରହିଥିବା ବେଳେ ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ, ମିଶନ ଶକ୍ତି, ସାଧାରଣ ଜନତା, ନିର୍ବାଚିତ ଜନପ୍ରତିନିଧି ହାତରେ ଜାତୀୟ ପତାକା ଧରି ଦେଶର ସ୍ବାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ବୀର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବ୍ଲକ କାର୍ଯ୍ୟାଳୟରୁ ଏକ ବାଇକ୍ ରେଲି ବାହାରି ନର୍ଲା କଲେଜ ଛକ, ସର୍ଗିଗୁଡା ଦେଇ ନଗର ପରିକ୍ରମା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.