ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ପୌର ପ୍ରଶାସନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କର୍ଯ୍ୟକ୍ରମ ଉପଲକ୍ଷେ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ସୁରେଶ୍ଵରୀ ମନ୍ଦିର ଛକ ଓ ଦୁର୍ଗାମଣ୍ଡପ ଦେଇ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ରାମେଶ୍ବର ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାଏକ, କାର୍ଯ୍ଯ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ସମସ୍ତ ଜେଇ, ପୌର କର୍ମଚାରୀ, କାଉନସିଲର ପୀୟୂଷ ପଣ୍ଡା, ଗଙ୍ଗା ତରିଆ, ଭାଗିରଥି ମିଶ୍ରଙ୍କ ସମେତ ସମସ୍ତ କାଉନସିଲର, ସ୍ବଚ୍ଛ ସାଥୀ, ଏସଏଚଜି ମହିଳା ଓ ସହର ର ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ହର ଘର୍ ତ୍ରିରଙ୍ଗା କାର୍ଯକ୍ରମକୁ ଲୋକାଭିମୁଖୀ କରିବା ଓ ଆଗାମୀ ଜାତୀୟ ମହାନ୍ ପର୍ବରେ ସବୁ ବର୍ଗର ଲୋକ ମାନଙ୍କୁ ଯୋଡିବା ଲକ୍ଷ୍ୟ ନେଇ ୧୩ ତାରିଖ ରୁ ୧୫ ତାରିଖ ଯାଏ ଅନୁଷ୍ଟିତ ହେବାକୁ ଥିବା ଏଇ ଘର ଘର ତ୍ରିରଙ୍ଗା କାର୍ଯକ୍ରମକୁ ସୋନପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ଏହା ଆରମ୍ଭ କରିଛି। ଶୋଭାଯାତ୍ରା ଅଫିସ୍ ରେ ପହଞ୍ଚିଲା ପରେ ଜୟ ହିନ୍ଦ୍ ଲେଖି ସମସ୍ତେ ଫ୍ଲାକ୍ସରେ ଅଟୋ ଗ୍ରାଫ୍ ଦେଇଥିଲେ। ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସକାଳେ ଷ୍ଟାଡିୟମ ଠାରେ ସହରର ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକସ୍ତରରେ ବ୍ଲକ ପ୍ରଶାସନ ଓ ସ୍କୁଲ, ମହାବିଦ୍ୟାଳୟ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ସହ ତତ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.