ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଟି ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। ଅଙ୍ଗଦାନ ଏକ ମହତ କାର୍ଯ୍ୟ, ମାନବିକତାକୁ ଆଧୁନିକ ବିକାଶଶିଳ ମାନବ ସମାଜ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଅଙ୍ଗଦାନ କରିବାରେ ଦ୍ୱିଧା ବୋଧ୍ କରୁନାହିଁ। ଜଣେ ଅଙ୍ଗଦାନକରି ୮ ଟି ଜୀବନ ବଞ୍ଚାଇ ପାରିବ। ବିଶ୍ୱରେ ସ୍ପେନ, ଚାଇନା ଏବଂ ୟୁଏସଏ ଅଙ୍ଗଦାନ ଦିଗରେ ଆଗୁଆ ଅଛନ୍ତି। ଆମଦେଶରେ ପ୍ରାୟ ୧୭ ଲକ୍ଷ୍ୟ ଜନସାଧାରଣ ଅଙ୍ଗଦାନ କରିବା ପାଈଁ ପଞ୍ଜିକୃତ ହୋଇଛନ୍ତି।ଏହାକୁ ଆଖି ଆଗରେ ରଖି ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସାଲିଟି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଉତ୍କଳ ହସ୍ପିଟାଲରେ ଏକ ଉତ୍ସାହ ବର୍ଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟୁଇନସିଟିର ଆରକ୍ଷୀ ବାହିନୀର ମୁଖ୍ୟ ଆଇପିଏସ୍ ସଞ୍ଜିବ ପଣ୍ଡା, ସମ୍ମାନୀତ ଅତିଥି ରାଜ୍ୟ ଅଙ୍ଗଦାନ ସଂସ୍ଥାର (SOTTO) ଡାଇରେକ୍ଟର ପ୍ରଫେସର  ଡ଼ଃ ଉମାକାନ୍ତ ସତପଥି, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ, ଡିନ୍ ଓ ଡାଇରେକ୍ଟର ଏକାଡେମିକ ଡ଼ଃ ପ୍ରଫୁଲ୍ଲ କୁମାର ଦାସ, ଡାଇରେକ୍ଟର ମେଡିକାଲ ସର୍ଭିସେସ ଡ଼ଃ. ରଞ୍ଜନ କୁମାର ମହାପାତ୍ର, ଡ଼ଃ ସତ୍ୟପ୍ରକାଶ ରାୟ ଚୌଧୁରୀ, ଡ଼ଃ ଲଲାଟ ବରୁଣ ପାତ୍ର, ଡ଼ଃ ସ୍ମାରକ ରଞ୍ଜନ ପଣ୍ଡା, ଡ଼ଃ  କାଳି ପ୍ରସାଦ ମିଶ୍ର, ଡ଼ଃ ପବିତ୍ର କୁମାର ମିଶ୍ର ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅଙ୍ଗଦାନ କରିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ। ଏହି କାର୍ଯକ୍ରମର ପ୍ରେରଣା ଦାୟକ ଥିଲେ ସୁଦୂର ଆମେରିକାରେ କାର୍ଯ୍ୟରତ ତଥା ବିଶିଷ୍ଟ Invasive Cardiologist ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ, ଡ ଆଦିତ୍ୟ ସାମଲ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.