ମହିଳା କଲେଜରେ ଏନଏସଏସ ସପ୍ତାହ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ୍ ଠାରେ ଏନଏସଏସ ସେବା ଶିବିର ସପ୍ତାହ ପାଳନ ଅବସରରେ ଏକ ସ୍ୱଚ୍ଛତା ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୁକ୍ତ ଦୁଇ ସ୍କୁଲର ଅଧ୍ୟକ୍ଷା ନଳିନୀ ପ୍ରଭା ପ୍ରଧାନ, ଅଧ୍ୟାପିକା ସ୍ନିଗ୍ଧା ଦାସ, ସ୍ୱଚ୍ଛ ଭାରତ ସଂଗଠନର କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଓ ବକ୍ତା ତଥା ଗବେଷକ ଭାବେ ସଂଗଠନର ଉପଦେଷ୍ଟା ପ୍ରଦୀପ ପୁରୋହିତ ଯୋଗ ଦେଈ ସ୍ବଚ୍ଛତା ଅଭିଯାନ ଓ ପରିମଳ ଉପରେ ଛାତ୍ରୀଙ୍କୁ ସଚେତନ କରାଇ ବାହ୍ୟ ସ୍ୱଚ୍ଛତା ସହିତ ପ୍ରତ୍ୟେକ କାର୍ଯ୍ଯରେ ବ୍ୟକ୍ତିଗତ ଓ ମନର ସ୍ବଚ୍ଛତା ରହିଲେ ମହାତ୍ମା ଗାନ୍ଧୀ ଙ୍କ କ୍ଲିନ୍ ଇଣ୍ଡିଆ (ସ୍ୱଚ୍ଛ ଭାରତ) ଗ୍ରୀନ ଇଣ୍ଡିଆ (ସବୁଜ ଭାରତ) ସ୍ବପ୍ନ ସାକାର ହେବ ବୋଲି ମତ ରଖିଥିଲେ । ଅଳିଆ ଆବର୍ଜ୍ଜନା କୁ କାହାର ଅଇଁଠା ପତ୍ର କୁ ସଫା କରିବା ରେ ନିଜ କୁ ଛୋଟ ଭାବିବା ଅନୁଚିତ। କାରଣ ଛୋଟରେ ହିଁ ଏକ ବଡ ସମ୍ଭାବନା ଥାଏ ବୋଲି ବୁଝାଇଥିଲେ। ସଭାକୁ ଇଂରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସଂଯୋଜନା କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଫିସର ସରସ୍ଵତୀ ଦାଶ ସ୍ଵାଗତ ଅଭିଭାଷଣ ରଖିଥିଲେ।

Omkar Vasthu
Omkar Vasthu

ଏହି ଏନଏସଏସ ସପ୍ତାହର ଉଦ୍ଘାଟନୀ ଦିବସରେ ଶିଶୁ ଯୌନ ନିର୍ଯ୍ୟାତନା ଓ ଲିଙ୍ଗଗତ ସମ୍ବନ୍ଧୀୟ ସାଧନା କର୍ମୀ ତଥା ଏଡଭୋକେଟ ହିମାଂଶୁ ଭୁଷଣ ନାୟକ ଓ ଏଡ୍ସ ଉପରେ ସାଧନା କର୍ମୀ ଅଧ୍ୟାପକ ଉମାକାନ୍ତ ନାଗଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ଶ୍ରୀ ରାମେଶ୍ଵର ମନ୍ଦିର ଠାରେ ସ୍ବଚ୍ଛତା ଅଭିଯାନ ଓ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.