ସିନାପାଲି ସାମ୍ବାଦିକ ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘ ସଭାପତି ଅଜିତ କୁମାର ଯୋଶୀ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ନୋଡାଲ ହାଇସ୍କୁଲର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିବା ବେଳେ ସାମ୍ବାଦିକ ବିକାଶ ଖର୍ସେଲ, ସନ୍ତୋଷ ବାଗ, ଶୁଭ୍ରାଂଶୁ ନାଏକ, ଗୟାରାମ ମେହେର, ଜଗନ୍ନାଥ ସାଗର, ରମେଶ ଜଗତ, ମନଫୁଲ ମେହେର, ହେରାମ୍ବ ମେହେର, ରମେଶ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.