ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ୭୮ତମ ସ୍ଵାଧୀନତା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ଭାରତବର୍ଷର ସ୍ଵାଧୀନତାର ୭୮ତମ ବର୍ଷ ପାଳନ କରିଛି। ଏହି ପରିପେକ୍ଷୀରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଏକ ସମାରୋହ ଆୟୋଜିତ କରାଯାଇଥିଲା। ବିଶ୍ବବିଦ୍ୟାଳୟର ପରିସରରେ ନବନିର୍ମିତ ଶାନ୍ତିସ୍ତୂପ ଠାରେ କୁଳପତି ପ୍ରଫେସର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଗଣ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଛି। କୁଳପତିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟସଂଗୀତ ଗାନ କରାଯାଇଥିଲା। ଏଥିସହ କୁଳପତି ଉପସ୍ଥିତ ଦର୍ଶକମାନଙ୍କ ଉଦ୍ଦେଶ୍ଯରେ ଉଦବୋଧନ ଦେଇ ବିଶ୍ୱବିଦ୍ୟାଳୟର ଉନ୍ନତି ଓ ଏହାର ଗୌରବକୁ ସାମୂହିକ ଦାୟିତ୍ବ ନିର୍ବାହ ଦ୍ବାରା ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ। ଏହାପରେ କର୍ମଚାରୀମାନଙ୍କ ପାଇଁ ଆୟୋଜିତ ଏକ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଦିବସର ପ୍ରମୁଖ ଆକର୍ଷଣ ଥିଲା ୧୦୦ ଫୁଟ ଦୀର୍ଘ ଏକ ତିରଙ୍ଗା ପତାକାର ଶୋଭାଯାତ୍ରା ଯାହା ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା।

Omkar Vasthu
Omkar Vasthu

ଏହି ଅବସରରେ କୁଳପତିଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ କରାଯାଇ ସ୍ଵାଧୀନତା ଦିବସର ସ୍ବାତନ୍ତ୍ର୍ଯ, ଆଭିମୁଖ୍ଯ ଓ ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ ‘ବିକାଶ ଭାରତ @ ୨୦୪୭’ ସଂପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.