ସର୍ଗିଗୁଡା ବ୍ରାହ୍ମଣ ସମାଜର ରକ୍ଷା ବନ୍ଧନ ଉତ୍ସବ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସର୍ଗିଗୁଡା ବ୍ରାହ୍ମଣ ସମାଜର ରକ୍ଷା ପୂର୍ଣ୍ଣିମା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ସଭାପତି କୁମୁଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ସଭାପତି ବଦ୍ରୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ପ୍ରଥମେ ସଭାପତିଙ୍କ ସ୍ଵାଗତ ଭାଷଣ ପରେ ଆସନ୍ତା ଅଗଷ୍ଟ ୧୯ ସୋମବାର ଦିନ ବ୍ରାହ୍ମଣ ସମାଜ ତରଫରୁ ପାଳନ କରାଯିବାକୁ ଥିବା ରକ୍ଷାବନ୍ଧନ ଉତ୍ସଵର ରୂପରେଖ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଭଉଣୀ ମାନଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ବ୍ରାହ୍ମଣ ସମାଜର ସମସ୍ତ ମହିଳା ମାନେ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସମସ୍ତ ସଦସ୍ୟ ନିଜ ପରିବାରର ମହିଳା ସଦସ୍ୟା ମାନଙ୍କୁ ନେଇ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଆଗ୍ରହ କରଯାଇଥିଲା। ମହିଳା ସଦସ୍ୟାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଇତ୍ୟବସରରେ ସର୍ଗିଗୁଡା ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ଭାବରେ ସନ୍ତୋଷ କୁମାର କରଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରଯାଇଥିଲା। ଏହାପରେ ସର୍ଗିଗୁଡା ବ୍ରାହ୍ମଣ ସମାଜର ପର୍ଶୁରାମ ବାହିନୀ ଗଠନ କରଯାଇଥିଲା। ପର୍ଶୁରାମ ବାହିନୀର ସଂଯୋଜକ ଭାବରେ ସନ୍ଦୀପ କୁମାର ସାମନ୍ତରାୟ (ମଣ୍ଟୁ)ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରଯାଇଥିଲା। ପର୍ଶୁରାମ ବାହିନୀରେ ମନୋଜ ମହାପାତ୍ର, ମଳୟ କୁମାର ପଣ୍ଡା, ବସନ୍ତ ମିଶ୍ର (ବୁଲୁ), ଶିବାଶିଷ ପାଢୀ, ନବ ମିଶ୍ର, ରାମକୃଷ୍ଣ ମିଶ୍ର, ପଦ୍ମନାଭ ମିଶ୍ର, ସରୋଜ କୁମାର ମିଶ୍ର, ରାଜକିଶୋର ପାଢୀ, ସନ୍ଦୀପ କୁମାର ପଣ୍ଡା, ହିମାଂଶୁ ବେହେରା ପ୍ରମୁଖଙ୍କୁ ସକ୍ରୀୟ ସଦସ୍ୟ ଭାବରେ ଚୟନ କରଯାଇଥିଲା। ଧୁମ ଧାମର ସହିତ ବ୍ରାହ୍ମଣ ସମାଜ ରକ୍ଷା ବନ୍ଧନ ଉତ୍ସବ ମାଉଣ୍ଟେନ କିଡ୍ସ ଇଂଲିଶ ମିଡିୟମ୍ ସ୍କୁଲର ସମ୍ମେଳନ କକ୍ଷରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସମ୍ପାଦକ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମ ସମାପନ କରଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.