ଭିନ୍ନକ୍ଷମ ବିଦ୍ୟାଳୟ ଓ ଡାକ୍ତରଖାନା ପରିଦର୍ଶନ କଲେ ଟିଟିଲାଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରେଡ଼କ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ପରିଦର୍ଶନ ଯାଇ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଦୀର୍ଘ ସମୟ ଧରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ, ପାରୁଟି ଓ ଫ୍ରୁଟି ଇତ୍ୟାଦି ବଣ୍ଟନ କରିବା ସହ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା, ହଷ୍ଟେଲ ପରିବେଶ ସମସ୍ୟା ଉପରେ ପଚାରି ବୁଜିଥିଲେ ।

ପରେ ବିଦ୍ୟାଳୟରେ ଥିବା ୩ ଟି ବିଭାଗର ଅଧ୍ୟକ୍ଷମାନେ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ବିଧାୟକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ରୋଗୀମାନଙ୍କୁ ବିସ୍କୁଟ ଓ ପାରୁଟି ବଣ୍ଟନ କରିଥିଲେ । ନୂତନ ଭାବେ ନିର୍ମାଣ ହେଉଥିବା ହସ୍ପିଟାଲ ବିଲଡିଂକୁ ପରିଦର୍ଶନରେ ଯାଇ ବିଳମ୍ବ କାର୍ଯ୍ୟକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ମେଡିକାଲ ଅଫିସରଙ୍କୁ ତଦାରଖ କରିବା ପାଇଁ କହିଥିଲେ । ଏପରିକି ମେଡିକାଲରେ ବେଡ଼ ସଂଖ୍ୟା, ଡାକ୍ତର ଓ ସମସ୍ୟା ଉପରେ ପଚାରି ବୁଜିଥିଲେ ।

ଏହି ସମୟରେ ବିଧାୟକ ଶ୍ରୀ ଜୈନଙ୍କ ସହ ବିଡ଼ିଓ ବିନୟ ଭୋଇ, ତହସିଲଦାର ଆଶିଷ ଏକ୍କା, ଆଇଆଇସି ସୁଶାନ୍ତ ବଢ଼େଇ, ଡାକ୍ତର ସମରେନ୍ଦ୍ର ମହାପାତ୍ର, ଡା. ନମିତା ବିଶି, ଡା. ବିଶ୍ୱଜିତ ମିଶ୍ର, ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ଦେବାନନ୍ଦ ସାହୁ, ଦୃଷ୍ଟିବାଧିତ ଅଧ୍ୟକ୍ଷ ବୁଲୁଶ୍ରୀ କମଳ ରଞ୍ଜନ ଶତପଥି, ଶ୍ରବଣ ବାଧିତ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ଜେନା, ବିପିଏମ ଅମୀୟ ରାଜପଲିଆ, ଆକାଉଣ୍ଟ ଉପେନ୍ଦ୍ର ପାଣି, ବିଜେପି ନେତା ସର୍ବେଶ୍ୱର ମହାପାତ୍ର, ଯୁବ ନେତା ଡୋଲାମଣୀ ବସ୍ତିଆ, ଉମେଶ ଭୋଇଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.