ବେହେରା ପୋଲରେ ଗୋରୁ ମାଂସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୋଲ ଠାରେ ଏକ ଗୋରୁ ମାଂସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି। ଟ୍ରକଟି ଝାଡ଼ଖଣ୍ଡ ଠାରୁ ଗୋରୁ ମାଂସ ବୋଝେଇ କରି ବିଶାଖାପାଟଣା ଯାଉଥିବା ବେଳେ ବେହେରା ପୋଲରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା।

ଏହି ଦୁର୍ଘଟଣା ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନକେତନ ଶବର, କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଗୋ ମାଂସ ବୋଝେଇ ଟ୍ରକଟି ରାତି ୧୨ ଘଣ୍ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ କିଡିଙ୍ଗ ଗାଁର ଯୁବଗୋଷ୍ଠୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଧାର କରି ଆମ୍ବୁଲାନ୍ସ ଓ ପୋଲିସ ଖବର ଦେଇଥିଲେ। ତେବେ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚିବା ପରେ ଗୁରୁତର ଡ଼୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.