ବ୍ଲକସ୍ତରୀୟ ସ୍ୱାଧୀନତା ଦିବସରେ ସାମ୍ବାଦିକ ପ୍ରମୋଦ ସେଲମା ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ମିନି ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଯୋଗଦାନ କରି ସଇଁତଲା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସେଲମାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସାମ୍ବାଦିକ ଶ୍ରୀ ସେଲମାଙ୍କ ସାମ୍ବାଦିକ କ୍ଷେତ୍ରରେ ଦୀର୍ଘ ୨୫ ବର୍ଷ ପଦାର୍ପଣ କରିଛି। ତାଙ୍କ ସାମ୍ବାଦିକ ଜୀବନ କାଳରେ ଅନେକ ଘାତପ୍ରତିଘାତ ମଧ୍ୟରେ କାର୍ଯ୍ୟ କରି ନିଜଇ ପରିଚୟ ସୃଷ୍ଟି କରିପାରିଛନ୍ତି। ଯେତେବେଳେ ସଇଁତଲାରେ ସାମ୍ବାଦିକତା ପ୍ରତି କାହାର ଆଗ୍ରହ ସୃଷ୍ଟି ହେଉ ନ ଥିବା କିମ୍ବା ସାମ୍ବାଦିକମାନଙ୍କ ଗୁରୁତ୍ୱ ନଗନ୍ୟ ଥିବାବେଳେ ସେ  ସାମ୍ବାଦିକ କ୍ଷେତ୍ରରେ ପାଦ ଦେଇଥିଲେ। ଗତ ୧୯୯୯ ମସିହାରେ ସେ ପ୍ରଥମେ ଧରିତ୍ରୀ ଖବର କାଗଜରେ ସାମ୍ବାଦିକ ଭାବରେ କାର୍ଯ୍ୟ ଆରମ୍ଭ କରି ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ଧିରେ ଧିରେ ଲୋକମାନଙ୍କ ଠାରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ଦିନ ଠାରୁ ସେ ଆଉ ପଛକୁ ନ ଚାହିଁ ଅନ୍ୟ କୋଣସି ନିଯୁକ୍ତି ଦିଗରେ ମନୋନିବେଶ ନ କରି ଧର୍ଯ୍ୟ ସହ ସାମ୍ବାଦିକତାକୁ ପେଶା ଭାବେ ଗ୍ରହଣ କରି ନେଇଥିଲେ।

ଏପରି ଅନେକ ବାଦବିବାଦ ଘାତପ୍ରତିଘାତ ଦେଖାଦେଇଥିଲେ ମଧ୍ୟ କୋଣସି ଚାପରେ ନ ରହି ସମ୍ବାଦ, ନିତିଦିନ, ପ୍ରଗତିବାଦୀ ଭଳି ଅନେକ ଖବର କାଗଜରେ ରହି ନିଜର ଦକ୍ଷତା ପ୍ରତିପାଦନ କରି ଅଞ୍ଚଳରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ବଲାଙ୍ଗୀର ଜିଲ୍ଲା ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ଜିଲ୍ଲା ସଭାପତି ଓ ସଇଁତଲା ସାମ୍ବାଦିକ ସଂଘର ମୁଖ୍ୟ ପରାମର୍ଶଦାତା ହେବାର ଗୌରବ ଅର୍ଜନ କରିଛନ୍ତି। ଏପରିକି ବିଭିନ୍ନ ଅନୁଷ୍ଠାନରୁ ଅନେକ ସମୟରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବାର ନଜିର ରହିଛି। ଏହି ପରିପେକ୍ଷୀରେ ସାମ୍ବାଦିକ ଶ୍ରୀ ସେଲମାଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତାଙ୍କୁ ସମ୍ମାନ ଦେଇ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ବିଡ଼ିଓ ବିନୟ ଭୋଇ, ତହସିଲଦାର ଆଶିଷ ଏକ୍କା, ଆଇଆଇସି ସୁଶାନ୍ତ ବଢ଼େଇ ଙ୍କ ସମେତ ବିଭାଗୀୟ ଅଧିକାରୀ, ସାମ୍ବାଦିକ, ଆଇନଜୀବି ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.