ଶିକାଛିଡ଼ା ଗଣପତି କଳା ପରିଷଦ ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଦର ବ୍ଲକ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ ଗଣପତି କଳା ପରିଷଦ ଆନୁକୂଲ୍ୟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ଅବସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଶିକାଛିଡ଼ା ଗ୍ରା.ପ.ର ସମିତି ସଭ୍ୟା ବିନୀତ ପ୍ରଧାନ ଓ ସମାଜସେବୀ ସନ୍ଦୀପ ବାଗ ଉଦଘାଟନ କରିଥିଲେ। ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ଡାକ୍ତର ସୁଜିତ କୁମାର ଥପା, ମନୋଜ କୁମାର ସାହୁ, ବିକାଶ ପଣ୍ଡା, ପୂର୍ଣ୍ଣିମା ଏବଂ ନୁରା ଶିକାଛିଡ଼ା ପଞ୍ଚାୟତର ଶତାଧିକ ଚକ୍ଷୁ ରୋଗୀଙ୍କୁ ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ସେଥି ମଧ୍ୟରୁ କିଛି ରୋଗୀଙ୍କୁ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ବସ ଯୋଗେ ନିଆଯାଇଥିଲା।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଗଣପତି କଳା ପରିଷଦର ସଭାପତି ଆଦିକନ୍ଦ ବଗର୍ତ୍ତୀ, ସମ୍ପାଦକ ରମାକାନ୍ତ ନାଏକ, ଅଟଳ ବିହାରୀ ବିଶି, ବୁଲୁ ବାଗ, ପ୍ରଦୀପ ଦେହେରି, ରିତିକ ପାଣ୍ଡେ, ହେମସାଗର ସେଲମା ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.