ଏଲବୃସ ଗିରିଶୃଙ୍ଗ ଆରୋହଣ କଲେ ଦେପୁରର ରାହୁଲ ପ୍ରଧାନ; ଛୁଟୁଛି ଶୁଭେଚ୍ଛାର ସୁଅ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପ୍ରଧାନ ୟୁରୋପ ମହାଦେଶର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ ଏଲବୃସ ସଫଳତା ସହ ଆରୋହଣ କରି ୧୫ ଅଗଷ୍ଟ ୨୦୨୪ ଦିନ ୧୦ ଟାରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। ଯୋଗବ୍ୟାସ ଭୋଇଙ୍କ ପରେ ମାଉଣ୍ଟ ଏଲବୃସ ଆରୋହଣ କରିବାରେ କଳାହାଣ୍ଡିର ଦ୍ଵିତୀୟ ଯୁବକ ହେଲେ ରାହୁଲ ପ୍ରଧାନ। ଏହି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତାଙ୍କର ଏହି ସଫଳତାରେ ଭବାନୀପାଟଣା ବିଧାୟକ ସାଗର ଦାସ, ନର୍ଲା ବିଧାୟିକା ମନୋରମା ମହାନ୍ତି ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.