ଗୋଆରେ କୋକସରାର ଦାଦନ ଶ୍ରମିକଙ୍କ ମୃତ୍ୟୁ: ଜନ୍ମମାଟିକୁ ମୃତ ଶରୀର ଆଣିବାକୁ ପ୍ରଶାସନକୁ ନିବେଦନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ସନୁ ଛତ୍ରୀଆ (୫୯) ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ୩ମାସ ତଲେ ସନୁ ଗାଁର କିଛି ଶ୍ରମିକ ସହିତ କାମ ଅନ୍ବେଷଣରେ ଗୋଆ ଯାଇଥିଲେ। ସେଠାକାର ଏକ ଲୋକାଲ କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ତେବେ ଦୁଇ ଦିନ ତଳେ ତାଙ୍କୁ ଝାଡ଼ା ଓ ବିପି ଲୋ ହେବାରୁ ସାଥୀରେ ଥିବା ଶ୍ରମିକମାନେ ନିକଟସ୍ଥ ଏକ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଉଥିଲେ।

ରବିବାର ଅପରାହ୍ନରେ ସନୁ ପରିବାର ଲୋକଙ୍କ ସହିତ ଫୋନ୍ କରି କଥା ମଧ୍ୟ ହୋଇଥିଲେ। ତେବେ ୨ ରୁ ୩ ଟା ସମୟରେ ଡାକ୍ତରଖାନାରେ ସନୁଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାଯାଇଛି। ମୃତ ସନୁଙ୍କ ପରିବାରରେ ସ୍ତ୍ରୀ ଓ ୨୦ ବର୍ଷର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ବର୍ତ୍ତମାନ ତାଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ। ଏଭଳି ସ୍ଥିତିରେ ଗୋଆରୁ ମୃତ ସନୁଙ୍କ ମର ଶରୀର ଗାଁକୁ ଆଣିବା ଏହି ପରିବାର ପାଖେ ସମ୍ଭବ ହେଉନାହିଁ। ଅନ୍ୟପଟେ ପରିବାର ଓ ଗାଁ ଲୋକେ ମୃତଦେହ ଘରକୁ ଆଣିବାକୁ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.