ବୁଧେନ୍ଦ୍ର ପ୍ରତାପ ସିଂଦେଓଙ୍କ ରାଜ୍ୟାଭିଷେକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ରାଜ ପରିବାରରେ ପରମ୍ପରା ଅନୁଯାୟୀ ଆଜି ଇଷ୍ଟ ଦେବୀ ମା ଡୋକରୀ ଦେବୀ ମନ୍ଦିରରେ ସ୍ବର୍ଗତ ରାଜା ସମରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ଭ୍ରାତା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କୁ ରାଜ ଅଭିଷେକ କରଯାଇଛି। ପ୍ରଥମେ ବିଧି ମତେ ରାଜ ପୁରୋହିତ ମାନେ ସହସ୍ର ଧାରା ସ୍ନାନ କରାଇ ପୂଜାର୍ଚ୍ଚନା କରିବା ପରେ କଳାହାଣ୍ଡି ମାଟିର ଆଦ୍ୟ ପ୍ରଜା ପାଣିଆଁ କନ୍ଧ ପୂଜକ ମାନଙ୍କ ମୁଖ୍ୟ ଶ୍ରୀଯୋଗେଶ୍ୱର ମାଝୀ ନୂତନ ରାଜାଙ୍କୁ ପାଗ ଭିଡ଼ି ଗାଦିରେ ବସାଇଥିଲେ। ଏଥିରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ନିଜେ ଉପସ୍ଥିତ ରହି ନୂତନ ରାଜାଙ୍କୁ ପାରମ୍ପରିକ ରାଜ ବିଜୟ ସିନ୍ଦୂର ଟିକା ଓ ତିଳକ କରାଇ ଥିଲେ। ବଂଶୀୟ ଭାଇ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳର ରାଜାଙ୍କ ଦାୟଦ ସମେତ ବିଭିନ୍ନ ରାଜ୍ୟର ସମ୍ପର୍କୀୟ ମାନେ ଏହି ମହାନ କାର୍ଯ୍ୟରେ ଉପସ୍ଥିତ ରହି ନୂତନ ରାଜାଙ୍କୁ ତିଳକ ଓ ଉପହାର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।

Omkar Vasthu
Omkar Vasthu

ମଦନପୁର ରାମପୁରର ୨୯ତମ ରାଜା ସ୍ୱର୍ଗତ ସମରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ଇହଧାମ ଗମନ କରିବା ପରେ ତାଙ୍କ ୨ୟ ଭାଇ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ୩୦ତମ ରାଜା ହେଇଛନ୍ତି। ଏହି ଉତ୍ସବରେ ରାମପୁରଗଡ଼ ନଗବଂଶୀୟ ରାଜପରିବାରର ସମସ୍ତ ସଦସ୍ୟ ନିଜ ଇଷ୍ଟ ଦେବୀ ମା ଡୁକୁରୀଙ୍କ ପୂଜା ଅର୍ଚନା ପାଇଁ ଅଭିଷିକ୍ତ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ଏବଂ ମା ଡୁକୁରୀଙ୍କ ଶ୍ରାବଣା ଅଭିଷେକରେ ଅଂଶ ଗ୍ରହଣ କରି ମା ଆଶୀର୍ବାଦ କାମନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.