୨୧ରେ ଭାରତ ବନ୍ଦ ଡାକରା: କଳାହାଣ୍ଡିରେ ସଫଳ ପାଇଁ ଏକାଠି ହେଲେ ସମସ୍ତ ବହୁଜନ ସଂଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଗତ ଅଗଷ୍ଟ ଏକ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଥିବା ଆରକ୍ଷଣରେ ବର୍ଗୀକରଣ, କ୍ରିମିଲେୟର ବ୍ୟବସ୍ଥାରେ ବର୍ଗୀକରଣ କରିବା ପାଇଁ ଦେଇଥିବା ରାୟକୁ ନେଇ ସାରାଦେଶରେ ଉଠିଛି ବିରୋଧର ଝଡ଼। କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଏନେଇ ସ୍ପଷ୍ଟୀକରଣ ଦେଉଥିଲେ ହେଁ ଉଭୟ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ଏହି ରାୟର ପୁନଃବିଚାର କରିବା ତଥା କେନ୍ଦ୍ର ସରକାର ଏନେଇ ଅଧ୍ୟାଦେଶ ଜାରି କରିବା ପାଇଁ ଅଡ଼ି ବସିଛନ୍ତି ଦେଶବ୍ୟାପି ଅନେକ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ। ଏପରିକି ଏହାର ପ୍ରତିବାଦରେ ଆସନ୍ତା ୨୧ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦେଶ ବ୍ୟାପି ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିବାବେଳେ ଜିଲ୍ଲାର ଅନେକ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ ଏହାକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ଏନେଇ ଘନ ଘନ ପ୍ରସ୍ତୁତି ବୈଠକ ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ଗଠିତ ହୋଇଛି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଅଧିକାର ସୁରକ୍ଷା ମହାସଂଘ। ମହାସଂଘର ଡାକରାରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଓ ସମସ୍ତ ବ୍ଲକ ହେଡ କ୍ୱାର୍ଟରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ।

Omkar Vasthu
Omkar Vasthu

ଏଥିରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ। ସମସ୍ତ ପ୍ରକାର ଯାନବାହନ ଚଳାଚଳ, ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟ ବନ୍ଦ ରହିବ। ଜିଲ୍ଲାର ସମସ୍ତ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ ଏଥିରେ ସାମିଲ ହେବେ ବୋଲି ମହାସଂଘ ତରଫରୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଯିବା ସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ହକ ଓ ଅଧିକାରର ଲଢେଇରେ ସ‌ହ‌ଯୋଗ କରିବା ପାଇଁ ମହାସଂଘ ନିବେଦନ କରିଛି। ଏହାସହିତ ୨୧ ତାରିଖ ଦିନ ହେବାକୁ ଯାଉଥିବା ଭାରତବନ୍ଦକୁ ସଫଳ କରିବାକୁ ଅନୁରୋଧ କରି ପ୍ରେସ ବିଜ୍ଞପ୍ତି ଜାରି କରିଛି ମହାସଂଘ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.