ଓଡ଼ିଆ କଥା ସାହିତ୍ୟରେ କିଶୋରୀଚରଣ ହେଉଛନ୍ତି ସଂଭ୍ରାନ୍ତ ସ୍ୱର

ଓଡ଼ିଆ କଥା ସାହିତ୍ୟରେ କିଶୋରୀଚରଣ ହେଉଛନ୍ତି ସଂଭ୍ରାନ୍ତ ସ୍ୱର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): ଓଡ଼ିଆ କଥାସାହିତ୍ୟରେ କଥାଶିଳ୍ପୀ କିଶୋରୀଚରଣଙ୍କ ସ୍ୱର ବେଶ୍ ପ୍ରଭାବଶାଳୀ। ସମ୍ଭ୍ରାନ୍ତପଣ ତାଙ୍କ କଥାସାହିତ୍ୟର ବିଶେଷତ୍ୱ। ମଧ୍ୟବିତ୍ତ ଓ ଉଚ୍ଚମଧ୍ୟବିତ୍ତ ଜୀବନର ସମସ୍ୟାକୁ ତାଙ୍କ ସାହିତ୍ୟ ଚିତ୍ରଣ କରି ଏ କ୍ଷେତ୍ରରେ ତାଙ୍କୁ ସ୍ୱତନ୍ତ୍ର ଆସନ ପ୍ରଦାନ କରିଛି ବୋଲି କଥାକାର କିଶୋରୀଚରଣ ଦାସଙ୍କ ଜନ୍ମଶତବାର୍ଷିକ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜର ମିଳିତ ସହଯୋଗରେ ସାରସ୍ୱତପୀଠ ଶତାବ୍ଦୀ ଭବନ, କଟକଠାରେ କଥାଶିଳ୍ପୀ କିଶୋରୀଚରଣ ଦାସଙ୍କ ଜନ୍ମଶତବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନଚକ୍ରକୁ ବିଶିଷ୍ଟ କଥାଶିଳ୍ପୀ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଉଦ୍ଘାଟନ କରି କହିଲେ, କିଶୋରୀଚରଣ ନିଜ ସାହିତ୍ୟରେ ହିଁ ବଞ୍ଚିଛନ୍ତି। କିଶୋରୀଚରଣଙ୍କ ସାହିତ୍ୟରେ ବୌଦ୍ଧିକତା ପାଠକକୁ ଖୁବ୍ ଛୁଇଁଥାଏ। ସାହିତ୍ୟ ଅକାଦେମି ସାଧାରଣ ପରିଷଦ ସଦସ୍ୟ ତଥା ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ବିଜୟ କୁମାର ଶତପଥୀ ମୂଳଭାଷଣ ପ୍ରଦାନ କରିଥିଲେ। କିଶୋରୀଚରଣଙ୍କ ଜୀବନ ଓ ସୃଷ୍ଟି ସଂପଦର ସାମଗ୍ରିକ ଆକଳନକରି ସେ କହିଲେ ଯେ, ଏହି ପ୍ରଣମ୍ୟ ସ୍ରଷ୍ଟାଙ୍କ ସାହିତ୍ୟରେ ପ୍ରତିଫଳିତ ଜୀବନର ମହାମନ୍ତ୍ର ତଥା ମଣିଷ ମନର କଥା ଉତ୍ତରପିଢ଼ି ପାଇଁ ମହାଧନ ହୋଇରହିଛି। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ସଭାପତିତ୍ୱ କରି କହିଲେ ଯେ, କିଶୋରୀଚରଣଙ୍କ ସାହିତ୍ୟ ପାଠକକୁ ଆଚ୍ଛନ୍ନ କରି ରଖିଥାଏ। ସେ ତରୁଣ ସ୍ରଷ୍ଟାଙ୍କ କୃତିକୁ ମଧ୍ୟ ଇଂରାଜୀରେ ଅନୁବାଦ କରି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମି, କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ଧନ୍ୟବାଦ ପ୍ରଦାନ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ଓ ମଂଚ ଆମନ୍ତ୍ରଣ କରିଥିଲେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ବିଶିଷ୍ଟ ସାମାଲୋଚକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଓ ଦ୍ୱିତୀୟ ଅଧିବେଶନରେ ଡକ୍ଟର ଗିରୀଶ ସାହୁ ସଭାପତିତ୍ୱ କରିଥିଲା ବେଳେ ଚିରଶ୍ରୀ ଇନ୍ଦ୍ରସିଂହ, ଦେବବ୍ରତ ମଦନରାୟ, ଡକ୍ଟର ଗୁରୁଚରଣ ବେହେରା, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ଓ ଡକ୍ଟର ରବିନରାୟଣ ମହାରଣା ଆଲୋଚକ ଭାବରେ ଯୋଗଦେଇ କିଶୋରୀଚରଣଙ୍କ ସାରସ୍ୱତ କୃତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ଓ କୋଷାଧ୍ୟକ୍ଷ ଶିବାଶିଷ କର ଉତ୍ସବକୁ ସଂଯୋଜନା କରିଥିଲା। ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ରାଧାଶ୍ୟାମ ରାଉଳ, ତପନ କୁମାର ସ୍ୱାଇଁ, ବିଜୟଲକ୍ଷ୍ମୀ ନାୟକ ଓ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟାମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.