ଓଡ଼ିଆ ବାର୍ତ୍ତା/ କନ୍ଧମାଳ: ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ପ୍ରତ୍ୟେକ ଉତ୍ସବକୁ ଦିବ୍ୟାଙ୍ଗ ମାନଙ୍କ ସହ ପାଳନ କରି ଆସୁଥିବା ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ମଧ୍ୟ କନ୍ଧମାଳ ଜିଲ୍ଲାରେ ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ ଦିବ୍ୟାଙ୍ଗ ମାନଙ୍କ ଗୃହକୁ ଯାଇ ରାକ୍ଷୀ ବାନ୍ଧି ସେମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିଛନ୍ତି ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହା ଫଳରେ ଦିବ୍ଯାଙ୍ଗ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।





