ରକ୍ଷା ବନ୍ଧନ ଅବସରରେ ବୌଦ୍ଧିକ ବିକାଶ ପାଇଁ ପ୍ରୟାସ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଅଦ୍ୟ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ସମାଜ ସେବୀ ଶ୍ରୀଯୁକ୍ତ ରମାକାନ୍ତ ଦାଶ ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସହାୟକ ଶିକ୍ଷକ ଶ୍ରୀମାନ ମାନସ କୁମାର ମହାପାତ୍ର ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ ।

ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀଯୁକ୍ତ ରାମ ଗୁରୁଜୀ ଅବକ୍ଷୟ ମୁଖୀ ସମାଜର ପୁନରୁତ୍ଥାନ ପାଇଁ ଏପରି ଏକ ରକ୍ଷାବନ୍ଧନ ଭଳି ପବିତ୍ର ଦିନ ରେ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ । କାରଣ ଆଜିର ଏହି ସୁସ୍ଥ ସମାଜରେ ଶୁଦ୍ଧପୂତ ଭାବରେ ବଞ୍ଚିବାକୁ ହେଲେ କେବଳ କିଛି ବସ୍ତୁର ସ୍ଵଚ୍ଛଳତା ବା ବ୍ୟବସ୍ଥାରେ ସୁଧାର କରିଦେଲେ ଆମ ପରମ ଶାନ୍ତି ପାଇ ପାରିବା ନାହିଁ । କିନ୍ତୁ ଚରମ ସୁଖ ଲାଭ ପାଇଁ ପ୍ରତ୍ୟେକଙ୍କ ବୌଦ୍ଧିକ ସ୍ତରରେ ଉନ୍ନତି ଆଣିବା ନିହାତି ଜରୁରୀ । ଆଜିକାଲି ଯେପରି ମଣିଷ ମାନଙ୍କ ହୃଦୟର ମଳିନତା ବୃଦ୍ଧି ପାଉଛି , ପ୍ରତ୍ୟେକଙ୍କ ମନରେ ହିଂସାତ୍ମକ ପ୍ରବୃତ୍ତି ଦେଖିବାକୁ ମିଳୁଛି ଏବଂ ସଭିଙ୍କର ବୁଦ୍ଧି ସେହିପରି ଅପବିତ୍ର ହେବାରେ ଲାଗିଛି । ଅତଃ ଆଜିର ଏହି ନୂତନ ପିଢ଼ିର ଛାତ୍ରଛାତ୍ରୀ ମାନଙ୍କ ମନରେ ରାଷ୍ଟ୍ର ଭକ୍ତି ଭାବର ଉଦ୍ରେକ ପାଇଁ ଅନୁଷ୍ଠାନ ଦ୍ଵାରା ରକ୍ଷାବନ୍ଧନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏଠାରେ ଉପସ୍ଥିତ ପ୍ରତ୍ୟେକ ଛାତ୍ରଛାତ୍ରୀ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇବା ସହିତ ସାମାଜିକ ଭାବଧାରା ର ବୃଦ୍ଧି ପାଇଁ ନଗରରେ ବୁଲିବୁଲି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ ଯଥା ଥାନା , ଡାକ୍ତରଖାନା ଓ ଡାକ ଘର ର କର୍ମକର୍ତ୍ତା ମାନଙ୍କୁ ଛାତ୍ରଛାତ୍ରୀ ମାନେ ରାକ୍ଷୀ ବାନ୍ଧିଥିଲେ । ଶେଷରେ ନିକଟସ୍ତ ଭୂତ ସର୍ସିଙ୍ଗି ଗ୍ରାମରେ ଥିବା ସୁଭଦ୍ରା ବୃଦ୍ଧ ବୃଦ୍ଧା ଆଶ୍ରମରେ ପହଞ୍ଚି ଅନ୍ତେବାସୀ ମାନଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଥିଲେ । ଅନ୍ତେବାସୀମାନଙ୍କର ଶାରୀରିକ ଅବସ୍ଥା କଥା ଅନୁଷ୍ଠାନର ଫାର୍ମାସିଷ୍ଟ ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ଦାଶ ବୁଝିଥିଲେ । ଜରାଶ୍ରମରେ ରହୁଥିବା ଅନ୍ତେବାସୀ ମାନଙ୍କ ଠାରେ ବହୁଳ ଭାବରେ କ୍ୟାଲସିୟମ, ଭିଟାମିନ B complex ଭଳି ପୋଷଣର ଅଭାବ ଥିବା ସେ ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ଅନ୍ତେବାସୀ ମାନଙ୍କର ସୁସ୍ଥ ନିରାମୟ ଜୀବନ ଯାପନ ପାଇଁ ଛାତ୍ରଛାତ୍ରୀ ମାନେ ହରେକୃଷ୍ଣ ହରେରାମ ମହାମନ୍ତ୍ର ଭଜନ ସହ ତ୍ରିବାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ସହ କିଛି ଫଳମୂଳ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଶିକ୍ଷକ ରାମ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । ସାର ନମସ୍କାର କାର୍ଯ୍ୟକ୍ରମ ଏବେ ସରିଲା ତେଣୁ ଟିକେ ଡେରି ହୋଇ ଗଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.