ଓଏସ୍ଇଏଫଡ଼ି ପକ୍ଷରୁ ବରଗଡ଼ ଜିଲ୍ଲାରେ ରକ୍ଷା ବନ୍ଧନ ପାଳନ

ଓଡ଼ିଆ ବାର୍ତ୍ତା/ ବରଗଡ଼: ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ପ୍ରତ୍ୟେକ ଉତ୍ସବକୁ ଦିବ୍ୟାଙ୍ଗ ମାନଙ୍କ ସହ ପାଳନ କରି ଆସୁଥିବା ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ର‌ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ସମ୍ପାଦକ ଶ୍ରୀ ଉଦ୍ଧବ ସାହୁ, କାର୍ଯ୍ୟକର୍ତ୍ତା ଶ୍ରୀ ମଣ୍ଟୁ ସାହୁ, ଶ୍ରୀ ସୁନିଲ କୁମାର ସାହୁ, ଶ୍ରୀ ସୈମ୍ୟ ସାହୁ ପ୍ରମୁଖ ଜନକେଡ଼ା ସ୍ଥିତ ଗୋପବନ୍ଧୁ ସେବା ସଦନ ଠାରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କ ସହ ରାକ୍ଷୀ ବାନ୍ଧି ସେମାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିଛନ୍ତି ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି।‌ଏହା ଫଳରେ ଦିବ୍ଯାଙ୍ଗ ଭାଇ ଓ ଭଉଣୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.