ନର୍ଲା ବ୍ରାହ୍ମଣ ସମାଜର ସାମୁହିକ ରକ୍ଷା ବନ୍ଧନ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ସାମୁହିକ ରକ୍ଷା ବନ୍ଧନ ଉତ୍ସବ ନର୍ଲା ମାଉଣ୍ଟେନ କିଡସ ବିଦ୍ୟାଳୟରେ ବ୍ଲକ ସଭାପତି ବଦ୍ରୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ସର୍ଗିଗୁଡ଼ା ବ୍ରାହ୍ମଣ ସମାଜ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଡିଗ୍ରୀ କଲେଜର ଅଧ୍ୟାପିକା ସଂଘମି଼ତ୍ରା ପଣ୍ଡା ଯୋଗଦାନ କରି ଆବହମାନ କାଳରୁ ମଣିଷ ସମାଜରେ ରହିଆସୁଥିବା ବ୍ରାହ୍ମଣ ଜାତିର ଗୁରୁତ୍ବ ଓ ଇତିହାସ ପୃଷ୍ଠାରେ ରହି ଆସିଥିବା ବ୍ରାହ୍ମଣ ମାନଙ୍କ ଗାରିମା ଗାଥା, ନେତୃତ୍ୱ ବିଷୟରେ ବର୍ଣ୍ଣନା କରି ମାର୍ଗଦର୍ଶନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପ୍ରଥମେ ଶ୍ରୀ ଶ୍ରୀ ପର୍ଶୁରାମ ଜୀ ଓ ବାକଦେବୀ ମା ସରସ୍ବତୀଙ୍କ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିରେ ସମ୍ମାନୀତ ଅତିଥି ଭାବରେ ମାଉଣ୍ଟେନ କିଡସ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ନବୀନ କିଶୋର ଦାସ, ପରୀକ୍ଷିତ ସାମନ୍ତରାୟ, ଶିକ୍ଷାବିତ୍ ଶ୍ରୀନିବାସ ପଣ୍ଡା, ନର୍ଲା ବ୍ରାହ୍ମଣ ସମାଜର ଉପସଭାପତି ଦେବ ପ୍ରସାଦ ଷଢ଼ଙ୍ଗି, ମୂଖ୍ୟ ବକ୍ତା ଭାବରେ ଆଚର୍ଯ୍ୟା ପୁଷ୍ପାଞ୍ଜଳି ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହି ରକ୍ଷା ବନ୍ଧନ ଉତ୍ସବର ମହତ୍ତ୍ଵ ଓ ବ୍ରାହ୍ମଣ ସମାଜ ଉପରେ ମାର୍ଗଦର୍ଶନ ଦେଇଥିଲେ।

ବ୍ରାହ୍ମଣ ସମାଜ ନର୍ଲାର ସଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ବ୍ରାହ୍ମଣ ସମାଜର ମହିଳା ମାନଙ୍କ ମଧ୍ୟରେ ହୁଳହୁଳି ଓ ଶଙ୍ଖନାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ହୁଳହୁଳି ପ୍ରତି ଯୋଗୀତାରେ ସଂଘମିତ୍ରା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟନ୍ତୀ ନନ୍ଦ ଦ୍ଵିତୀୟ ଓ ସରସ୍ବତୀ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିଭଳି ଶଙ୍ଖନାଦ ପ୍ରତିଯୋଗୀତାରେ ଦେବଦର୍ଶିତା ଶତପଥି ପ୍ରଥମ ସ୍ଥାନ, ଜୟନ୍ତୀ ନନ୍ଦ ଦ୍ଵିତୀୟ ଓ ପୁଷ୍ପାଞ୍ଜଳି ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହାପରେ ପ୍ରଜ୍ଞା ବାହିନୀର ସଦସ୍ୟା ମାନେ ଅତିଥି ବୃନ୍ଦ ଓ ଉପସ୍ଥିତ ସଦସ୍ୟ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ସର୍ଗିଗୁଡ଼ା ବ୍ରାହ୍ମଣ ସମାଜର ସଧାରଣ ସମ୍ପାଦକ ଲିଙ୍ଗରାଜ ମିଶ୍ର ମଞ୍ଚ ସଂଯୋଜନ କରିଥିବା ବେଳେ ସର୍ଗିଗୁଡ଼ା ବ୍ରାହ୍ମଣ ସମାଜ ପର୍ଶୁରାମ ବାହିନୀର ସଂଯୋଜକ ସନ୍ଦୀପ ସାମନ୍ତରାୟ, ସଦସ୍ୟ ହିମାଂଶୁ ବେହେରା, ସୂରଜ ଦାସ,

ସରୋଜ ମିଶ୍ର, ରାମକୃଷ୍ଣ ମିଶ୍ର, ବୁଲୁ ମିଶ୍ର, ଶିବାଶିଷ ପାଢ଼ୀ, ଦେବାଶିଷ ପାଢ଼ୀ,ସତ୍ୟ ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସର୍ଗିଗୁଡ଼ା ବ୍ରାହ୍ମଣ ସମାଜର ସଭାପତି କୁମୁଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.