କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ଉନ୍ମୋଚନ ଓ କବିସନ୍ଧି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ବୁ୍ଦ୍ଧ ମନ୍ଦିର ସ୍ଥିତ ପ୍ରେକ୍ଷାଳୟରେ ପୁସ୍ତକ ଉନ୍ମୋଚନ ଏବଂ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ୱାରା ରଚିତ ଇଂରାଜୀ କାବ୍ୟ ଦ୍ରୌପଦୀ: ଦି ଓମେନ୍ ଅନପାରାଗନ୍ଡ ଉନ୍ମୋଚିତ ହୋଇଥିଲା। ଏହାକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ଭାଷାବିତ୍ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଏବଂ ଲେଖକ ପ୍ରଫେସର ମହାନ୍ତି।

Omkar Vasthu
Omkar Vasthu

ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଏହି ଇଂରାଜୀ କାବ୍ୟ ସଂପର୍କରେ ଲେଖକ ପ୍ରଫେସର ମହାନ୍ତି କହିଥିଲେ ଯେ, ମୂଳ ବ୍ୟାସ ମହାଭାରତକୁ ଆଧାର କରି ରଚିତ ଏହା ଏକ ମୌଳିକ କାବ୍ୟ। ଏଥିରେ ଦ୍ରୌପଦୀଙ୍କୁ ଏକ ଅନନ୍ୟ ସ୍ୱାଧୀନ ଏବଂ ସ୍ୱୟଂସମ୍ପୂର୍ଣ୍ଣ ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି। କାବ୍ୟଟିରେ ଦ୍ରୌପଦୀ ସମାଜକୁ ବିଭିନ୍ନ ପ୍ରଶ୍ନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଡକ୍ଟର ମମତା ଦାଶ। ଏଥିସହିତ ସେ ସ୍ୱରଚିତ କବିତା ପାଠ କରିଥିଲେ ଏବଂ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ ଜୀବନର ଦୁଃଖ ସମୟରେ କବିତା ତାଙ୍କୁ ଦୃଢ଼ମନା କରିଥାଏ। ତାଙ୍କୁ ପ୍ରେରଣା ଯୋଗାଇଥିବା ବରିଷ୍ଠ କବିମାନଙ୍କ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉଭୟ କାର୍ଯ୍ୟକ୍ରମରେ ସଭାପତି୍ତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ। ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର। ଉଭୟ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.