ବାଲାଜୀବିହାର ଠାରେ ରକ୍ଷାବନ୍ଧନ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀବିହାର ଠାରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମାନନୀୟା ପୌରପାଳିକା ଭବାନୀପାଟଣା ୧୪ ନମ୍ବର ୱାର୍ଡ କାଉନସିଲର ରଂଯୁକ୍ତା ପ୍ରଧାନ ଯୋଗଦାନ କରିଥିଲେ । ତତ ସହିତ ବିଦ୍ୟାଳୟର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ଉପସଭାପତି ସଂଗ୍ରାମ କେଶରୀ ପ୍ରଧାନ, ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର ସାହୁ, ସଦସ୍ୟା ରୋପାଲିନ ଖଟେଇ, ପ୍ରଧାନଆଚାର୍ଯ୍ୟ  ଦାଶରଥି ପଣ୍ଡା ଉପସ୍ଥିତ ରହି ମା ସରସ୍ବତୀଙ୍କ ନିକଟରେ ଜ୍ଞାନର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବା ସହିତ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ତରଫରୁ ଜିଲ୍ଲା କାରାଗାର ଥିବା କଏଦୀ ଭାଇଭଉଣୀ ମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ବ୍ୟବସ୍ଥା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.