ସେବା ନିବୃତ ସୈନିକଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରାହ୍ମଣ ସମାଜ ପ୍ରଜ୍ଞା ବାହିନୀର ଭଉଣୀ ବୃନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କ୍ରିୟା ଯୋଗ ଧ୍ୟାନ କେନ୍ଦ୍ର ଠାରେ ଆୟୋଜତ ହୋଇଥିଲା ସାମୁହିକ ରକ୍ଷା ବନ୍ଧନ ଉତ୍ସବ। ଏଥିରେ ନିମନ୍ତ୍ରିତ ୧୨ ଜଣ ସେବା ନିବୃତ ସୈନିକଙ୍କ ହାତରେ ପ୍ରଜ୍ଞା ବାହିନୀର ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ ଓ ସେମାନଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବବିତା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଟ କଣ୍ଠ ଶିଳ୍ପୀ ଜୟନ୍ତୀ ମିଶ୍ର ମୁଖ୍ୟ ବକ୍ତା ଓ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ସମ୍ପାଦକ ଶେଷଦେବ ମିଶ୍ର ଓ ସମାଜସେବୀ ପ୍ରମୋଦ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରି ରାକ୍ଷୀ ଅର୍ପଣ କରାଯାଇଥିଲା। ବ୍ରାହ୍ମଣ ସମାଜର ମହିଳା ଶାଖା ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ପ୍ରଜ୍ଞା ବାହିନୀର ଭଉଣୀ ମାନେ ପୂର୍ବତନ ସୈନିକ ସମେତ ଉପସ୍ଥିତ ସମସ୍ତ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ରକ୍ଷା ବନ୍ଧନ ଉତ୍ସବ ରେ ବ୍ରାହ୍ମଣ ସମାଜ କଳାହାଣ୍ଡି ସେବା ନିବୃତ ସୈନିକ ମାନଙ୍କୁ ମନେ ପକାଇ ରାକ୍ଷୀ ବାନ୍ଧିବା ଓ ସମ୍ମାନିତ କରିଥିବାରୁ ଭାବ ବିହ୍ୱଳ ହୋଇ ସେବା ନିବୃତ ସୈନିକ ମାନେ ନିଜର ଅନୁଭୁତି ପ୍ରକାଶ କରିଥିଲେ। ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ଆୟୋଜିତ ଗୀତା କୁଇଜ୍, ଶଙ୍ଖ ବାଦନ ଓ ହୁଳହୁଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

କବୟିତ୍ରୀ ବନଶ୍ରୀ ଦାଶ ମଞ୍ଚ ପରିଚାଳନା କରିଥିଲେ। କୃଷ୍ଣ ମୋହନ ଯୋଷୀ, ବିଶ୍ଵ ରଞ୍ଜନ ପଣ୍ଡା, ଆଦିତ୍ୟ ମିଶ୍ର, ମଳୟ ମୁଣ୍ଡ ପ୍ରତିଯୋଗିତାର ବିଚାରକ ଥିଲେ। ପ୍ରଭାସ ଚନ୍ଦ୍ର ମିଶ୍ର, ସୁଚିତ ମୁଣ୍ଡ, ସନ୍ତୋଷ ଦାଶ, ଚକ୍ରଧର ଦାଶ, ତେଜସ୍ମିତା ମୁଣ୍ଡ, ଜୟଶ୍ରୀ ଦାଶ, ସମିତା ମହାପାତ୍ର, ଅର୍ଚ୍ଚନା ଦାଶ, କବିତା ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.