ଶିଶୁ ମନ୍ଦିରରେ ବ୍ଲକସ୍ତରୀୟ ଯୋଗାସନ ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପ ଠାରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ ଯୋଗାସନ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗଦାନ କରି ଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୪ ଓ ୧୭ ବର୍ଷରୁ କମ ବୟସର ବାଳକ ଓ ବାଳିକା ମୋଟ ୩୦ ଜଣ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ବ୍ଲକ ଖେଳ ସଂଯୋଜିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ, ସମ୍ପାଦକ ଭୀମସେନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ଜିଲ୍ଲା ଯୋଗ ପ୍ରଶିକ୍ଷିକା ପ୍ରଣତୀ ପାଣିଗ୍ରାହୀ ଙ୍କ ଉପସ୍ଥିତରେ ୧୨ ଜଣ ଯୋଗାସନ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ଚୟନ କରାଯାଇଛି ।

Omkar Vasthu
Omkar Vasthu

ଏଥିରେ ଖେଳ ଶିକ୍ଷକ ସୁଦର୍ଶନ ନାୟକ, ପ୍ରସାନନ୍ଦ ବାଗ, ସୁନୀଲ ମହାପାତ୍ର, ବନିତା ବନଛୋର, ସ୍ବାଗତିକା ଶତପଥୀ, ସୀତାରାମ ପଧାନ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ଯୋଗାସନ ଶିବିରରେ ସ୍ନେହା କର୍ମୀ, ଶ୍ରୀୟାଂଶୀ ମିଶ୍ର, ଶୁସୋମିତା ରଣା, ତିଳୋତ୍ତମା ଯାନୀ, ପରିସ୍ମିତା ରଣା, କରଣ ବାଗ, ରୋହନ ମାଝି, ରୋହନ ଚ୍ଛତ୍ରିଆ, ଅଙ୍କିତ ରଣା ପ୍ରମୁଖ ଜିଲ୍ଲାସ୍ତର ଚୟନ ହୋଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.