ଗୋଟିଏ ଓଭରରେ ୩୯ ରନ କରି ବିଶ୍ବ ରେକର୍ଡ କଲେ ଡେରିୟସ

ଓଡ଼ିଆ ବାର୍ତ୍ତା/ ଏପିୟା: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୯ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ସମୋଓର ବ୍ୟାଟ୍ସମ୍ୟାନ ଡେରିୟସ ଭିସର । ସମୋଓ ଓ ଭାନୁଆତୁ ମଧ୍ୟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଏହି ରେକର୍ଡ ସ୍ଥାପନ ହୋଇଛି । ସମୋଓ ବ୍ୟାଟ୍ସମ୍ୟାନ ଡେରିୟସ ଭାନୁଆତୁର ବୋଲୀ ନଳୀନ ନିପିକୋଙ୍କ ଓଭରରେ ୬ଟି ଛକା ମାରିଥିଲେ । ଏହି ଓଭରରେ ୩ଟି ନୋ ବଲ ପଡିଥିବାରୁ ସର୍ବାଧିକ ୩୯ ରନ ସଂଗୃହୀତ ହୋଇଥିଲା ।

Omkar Vasthu
Omkar Vasthu

ପୂର୍ବରୁ ଭାରତର ଯୁବରାଜ ସିଂ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ଓ ନିକୋଲସ ପୂରନ ଏବଂ ନେପାଳର ଦୀପେନ୍ଦ୍ର ଏରୀ ଗୋଟିଏ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ଏପିୟାରେ ଖେଳା ଯାଇଥିବା ଏହି ମୁକାବିଲାରେ ସମୋଓ ୧୦ ରନରେ ବିଜୟ ହାସଲ କରିଥିଲା । ସମୋଓ ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରିଥିଲା । ଭାନୁଆତୁ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା । ୩୯ ରନ ଦେଇଥିବା ନଳିନୀ ଦଳ ପକ୍ଷରୁ ସର୍ବାଧିକ ୭୩ ରନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.