ଲୋକଙ୍କୁ ଆକୃଷ୍ଟ କରୁଛି ପୁରୁଷୋତ୍ତମପୁରରେ ଥିବା ମିଶନ ଶକ୍ତି କାଫେର ସ୍ୱାଦିଷ୍ଟ ଭୋଜନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ଗତ 27/02/ 2024 ରିଖରେ ସେତେବେଳର ଦୁଈ ବିଜେଡି ବିଧାୟିକା ଥିବା ଖଲ୍ଲିକୋଟର ସୂର୍ଯ୍ୟ ମଣୀ ବୈଦ୍ୟ ଓ କବିସୂର୍ଯ୍ୟନଗରର ଲତିକା ପ୍ରଧାନ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ପୂର୍ବତନ ବିଡ଼ିଓ ବିଜୟ କୁମାର ବେହେରା ବିପିସି ରଜତ କୁମାର ବେହେରା ଓ ମିଶନ ଶକ୍ତି ବ୍ଲକ ସଭାନେତ୍ରୀ ମୋହିନୀ ନାୟକଙ୍କ ସହିତ ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁ, ଜଗତ ବନ୍ଧୁପଣ୍ଡା, ସବୁ ସରପଞ୍ଚ, ସମିତିସଭ୍ୟ, 3ଗୋଟି ଜିଲ୍ଲା ପରିଷଦସଦସ୍ୟ, ନେତା, କର୍ମୀ ଙ୍କ ଉପସ୍ଥିତି ରେ ଏହି ମିଶନ ଶକ୍ତି କାଫେର ଉଦଘାଟନ କାର୍ଯ୍ୟ ହୋଇ ଥିଲା |

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ୱୟଂ ସହାୟିକା ଗୋଷ୍ଠି ର ସଦସ୍ୟା ମାନେ କିପରି ସ୍ୱାବଲମ୍ବୀ, ସ୍ୱରୋଜଗାର, ଗ୍ରାମୀଣ ସାମଗ୍ରୀର ଉପ୍ତାଦନ, ତାହାର ବିକ୍ରୟ କରଣ, ସହିତ ପୁରୁଷ ମାନଙ୍କ ସମକକ୍ଷ ହେବା ଉଦ୍ଦେଶ୍ୟ ରେ ଏପରି କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ | ତାହା ଆଜି କିଛିମାତ୍ରା ରେ ସାକାର ହୋଇଛି | ସେ ମଧ୍ୟରେ ପୁରୁଷୋତ୍ତମପୁର ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ରେ କିଛି ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ସଭାପତି, ସମ୍ପାଦିକା ମାନଙ୍କ ସହଯୋଗ ରେ କଫି, ଚାହା, ବିଭିର୍ଣ୍ଣ ଜଳଖିଆ, ସ୍ନାକ, କୋଲଡ୍ରିଂକ୍ସ, ସହିତ ସ୍ୱାଦିଷ୍ଟ କର ଭୋଜନ ଲୋକଙ୍କୁ ଆକୃଷ୍ଟ କରୁଛି | ଆଜିକା ଦିନରେ ପୁରୁଷୋତ୍ତମପୁର ସହରରେ ଥିବା ବ୍ଲକ, ତହସିଲ, ମହାବିଦ୍ୟାଳୟ, ସବରେଜିଷ୍ଟ ଅଫିସ ସହିତ ଅନ୍ୟନ୍ୟ ସରକାରୀ ଅଫିସ, ବେସରକାରୀ ଅନୁଷ୍ଟାନରେ କାର୍ଯ୍ୟ କରୁଥିବା ଲୋକ ମାନେ ଭିଭିର୍ଣ୍ଣ ହୋଟେଲରେ ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇ ବହୁ ରୋଗରେ ପୀଡିତ ହେଉଥିବାରୁ ସେମାନେ ଏପରି ଏକ ଘରୋଇ ଖାଦ୍ୟ ପାଇଁ ଚିନ୍ତା କରୁଥିଲା ବେଳେ, ସେମାନଙ୍କୁ ନୂଆଁ ସାହାରା ଯୋଗାଇଦେଲା ଏହି ମିଶନ ଶକ୍ତି କାଫେ | ସେଠାରେ ଘରୋଇ ଉପାୟରେ ତିଆରି, କମ ତେଲ, ମସଲା,ରାଗ,ଲୁଣରେ ଦିଆ ଯାଉଥିବା ଖାଦ୍ୟ ଖାଇ ଲୋକେ ବହୁତ ସନ୍ତୋଷ ଲାଭ କରୁଥିବାର ଦେଖା ଦେଇଛି | ଖାଲି ଲୋକମାନେ ନୁହନ୍ତି , ବ୍ଲକର ବିଡ଼ିଓ ମନୋଜ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ,ଯନ୍ତ୍ରୀ ନାଗ ଭୂଷଣ ଯାଦବ, ଅନ୍ୟନ୍ୟ ବ୍ଲକ ଷ୍ଟାଫ, ତହସିଲଦାର ଲୋପା ମୁଦ୍ରା ରଥ, କଲେଜର ବହୁ ଅଧ୍ୟାପକ, ଅଧ୍ୟାପିକା ମାନେ ଏଠାରୁ ଖାଦ୍ୟ ନେଇ ଖାଉଥିବାର ଦେଖିବାକୁ ମିଳିଛି |

ତେବେ ଅନୁଷ୍ଠାନର ସଦସ୍ୟା ମାନଙ୍କ ସେବା ମନୋଭାବ, ଲୋକଙ୍କୁ ଆକୃଷ୍ଟ କରିବାର କୌଶଳ, ଓ ମଧୁର ବ୍ୟବହାର ହିଁ ଏହି କାଫେକୁଆଗକୁ ନେବାରେ ସହାୟକ ହୋଇ ପାରିଛି | ତେବେ ଏଠାରେ ରାଉଣ୍ଡ ମିଲସ ଥାଳି 70 ଟଙ୍କା ଏବଂ ପେଟ ପୁରିଲା ପର୍ଯ୍ୟନ୍ତ ଭାତ, ଡାଲି, ତରକାରୀ ମାଗି ଖାଇ ପାରିବ | ଏହା ସହ ପନିର, ଛତୁ, ମାଂସ, ମାଛ, ଚିକେନ, ଅଣ୍ଡା ରେ ବିଭିର୍ଣ୍ଣ ପ୍ରକାର ତିଆରି ସାମଗ୍ରୀ ନେଲେ ଅଲଗା ପଇସାଦେବାକୁ ପଡିବ | ଯାହାବି ଅନ୍ୟ ହୋଟେଲ ର ପ୍ଲେଟମୂଲ୍ୟଠାରୁ 10, କିମ୍ବା 20 ଟଙ୍କା କମ ରହିଥିବ | କଥାହେଉଛି, ଏଠିକାର ପରିଚାଳନା ସଦସ୍ୟ ମାନେ ଟଙ୍କା କମ କରି ଖରାପ ଖାଦ୍ୟ ପରିବେଷଣ କରନ୍ତି ନାହିଁ | ସେମାନେ ଆସୁଥିବା ଗ୍ରାହକ ଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଦେଇ ସେମାନଙ୍କ ମନକୁ ତୋଷ କରି ପାରନ୍ତି | ଏହି କାଫେ ର ମୁଖ୍ୟ ପରିଚାଳନା ସଭାନେତ୍ରୀ ମୋହିନୀ ନାୟକ ସବୁବେଳେ ବିଡ଼ିଓ ନାନୋଜ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଯନ୍ତ୍ରୀ ନାଗ ଭୂଷଣ ଯାଦବ, ବିପିସି ରଜତ କୁମାର ବେହେରାଙ୍କ ସହ କାଫେ ର ଉର୍ନ୍ନତି ଉପରେ କଥା ହୋଇ କାର୍ଯ୍ୟ କରିଥାନ୍ତି | ଏବଂ ଏମାନେ ଆଗକୁ କିପରି ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବେ ସେହି ଦିଗରେ ଲାଗି ପଡିଛନ୍ତି | ଏହି କାଫେ ରେ ଲୋକଙ୍କୁ ଘରୋଇ ତିଆରି ଭଳି କଢି ଯୁକ୍ତ କାଞ୍ଜି, ସନ୍ତୁଳା, ଆମ୍ବିଳ, କଡେଇ ରେ ତିଆରି ପୀଠଉ ଯୁକ୍ତ ଭଜା , ରାଇତା, ଆଳୁ ଚକଟା, ଟମାଟ ଚକଟା, ଶାଗଭଜା, ଶାଗଘାଣ୍ଟ, ଇତ୍ୟାଦି ଖାଦ୍ୟ ମଧ୍ୟ ଖାଇବାକୁ ମିଳୁଥାଏ | ତେଣୁ ଏଠାରେ ଘରୋଇ ଖାଦ୍ୟ ଭଳି ତିଆରି ଖାଦ୍ୟକୁ ଚାକିରିଆ ମାନେ ବେସୀ ପସନ୍ଦ କରିଥାନ୍ତି | ଏହା ସହ ବ୍ଲକ ରେ ହେଉଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ରେ ଜଳଖିଆ ଓ ମିଲସ ର ଅଡର ରଖାଯାଇ ତାକୁ ମଧ୍ୟ ଦିଆଯାଏ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.