ନର୍ଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ହାଇକୋର୍ଟଙ୍କ ରହିତାଦେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରହିତାଦେଶ। ଅଗଷ୍ଟ ୨୨ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବାକୁ ସ୍ଥିରୀକୃତ ହୋଇଥିବାବେଳେ ଏହାର ଦିନକ ପୂର୍ବରୁ ଅଗଷ୍ଟ ୨୧ରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଆବେଦନର ଶୁଶାଣି କରି ମାନ୍ୟବର ହାଇକୋର୍ଟ ଏହି ରାୟ ଦେଇଛନ୍ତି।

Omkar Vasthu
Omkar Vasthu

ସୂଚନା ଅନୁସାରେ ଏହି ପଞ୍ଚାୟତ ସମିତିର ଅଧ୍ୟକ୍ଷା ମନୋରମା ମହାନ୍ତି ନର୍ଲା ବିଧାୟିକା ଭାବେ ନିର୍ବାଚିତ ହେବାପରେ ବ୍ଲକ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ନର୍ଲା ବ୍ଲକ ଅଧ୍ୟକ୍ଷ ପଦବୀ ଖାଲି ପଡିଛି। ଏହାସହ ପୂର୍ବରୁ ଶ୍ରୀମତୀ ମହାନ୍ତି ନିର୍ବାଚିତ ହୋଇଥିବା କର୍ମେ ଗାଁ ସମିତି ସଭ୍ୟା ଆସନ ମଧ୍ୟ ଖାଲି ରହିଛି। ଏପରି ସ୍ଥିତିରେ ଗତ ଅଗଷ୍ଟ ୧୨ରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା। ଗତ ସାଧାରଣ ନିର୍ବାଚନ ପରେ ସୁପ୍ତ ହୋଇ ପଡ଼ିଥିବା ନର୍ଲାର ରାଜନୈତିକ ପାଣିପାଗ ପୁଣିଥରେ ସରଗରମ ହୋଇ ଉଠିଥିଲା। ତେବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏହାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଓକିଲ ଜି. ଅଗ୍ରୱାଲ ମାମଲା ଲଢ଼ୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.